Saturday, July 27, 2024
24.5 C
Odisha

    ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ଭଗବତ ଗୀତା, ଗୁଜରାଟ ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ସ୍କୁଲ୍ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା । ଗୁଜରାଟରେ ଆସନ୍ତା ଜୁନରୁ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ପଢାଯିବ । ଏନେଇ ରାଜ୍ୟ ବିଧାନସଭା ବୁଧବାର ଏକ ପ୍ରସ୍ତାବ କରିଛି । ବିରୋଧୀ ପାର୍ଟି ଆମ ଆଦମୀ ପାର୍ଟି (ଆପ୍) ଏହି ପ୍ରସ୍ତାବକୁ ସମର୍ଥନ କରିଛି । ଅନ୍ୟପଟେ କଂଗ୍ରେସ ବିଧାୟକ ଦାବି କରିଛନ୍ତି ଯେ ବିଜେପି ସରକାର କେବଳ ଲୋକପ୍ରିୟତା ପାଇବା ପାଇଁ ଏପରି କରୁଛି । ତେବେ ଭୋଟିଂ ବେଳେ ପାର୍ଟି ଏହାର ସମର୍ଥନ କରିଛି । ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ମାର୍ଚ୍ଚରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଜିତୁ ବାଘାନୀ ବିଧାନସଭାରେ ଘୋଷଣା କରିଥିଲେ ଯେ ସ୍କୁଲ ଛାତ୍ରଛାତ୍ରୀ ଗୀତା ଏବଂ ଏହାର ଶ୍ଲୋକ ଜାଣିବା ଦରକାର । ଏହାପରେ ୨୦୨୨ ମାର୍ଚ୍ଚ ୧୭ରେ ଏକ ସରକାରୀ ପ୍ରସ୍ତାବ ଜାରି କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ୨୦୨୨-୨୩ ଶିକ୍ଷା ବର୍ଷରୁ ଷଷ୍ଠରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଗୀତାର ମୂଲ୍ୟ ଏବଂ ସିଦ୍ଧାନ୍ତକୁ ଅବଗତ କରାଯିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଏହା କାହାଣୀ ଏବଂ ପଠନ ଆକାରରେ ଶିକ୍ଷା ଦିଆଯିବ। ସେହିପରି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କର ପ୍ରଥମ ଭାଷା ପାଠ୍ୟ ପୁସ୍ତକ ମାଧ୍ୟମରେ ଭଗବଦ୍ ଗୀତା ଶିକ୍ଷାଲାଭ କରିବେ। ଭଗବଦ୍ ଗୀତାର ବିଶ୍ୱସ୍ତରୀୟ ମହତ୍ତ୍ୱକୁ ମନେପକାଇ ମନ୍ତ୍ରୀ ପାନଶେରିଆ ପୂର୍ବେ ସାଧୁ ତଥା ପାଶ୍ଚାତ୍ୟ ଚିନ୍ତକମାନଙ୍କ ଉପରେ ଏହାର ପ୍ରଭାବ କିପରି ଥିଲା ଓ ଏହାର ଅନନ୍ତକାଳୀନ ପ୍ରାସଙ୍ଗିକତାକୁ ଦର୍ଶାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ