Saturday, October 3, 2026
24.8 C
Odisha

    ବର୍ତ୍ତମାନ ଟ୍ରେଲର ଅଛି ଆଗକୁ ଦେଖିବେ ଫିଲ୍ମ:ଅପରାଜିତା ଷଡଙ୍ଗୀ

    ଆଗକୁ ପଢନ୍ତୁ

    ମମତା ମହନ୍ତ ବିଜେଡ଼ି ଛାଡି ବିଜେପିରେ ମିଶିବା ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ସାଂସଦଙ୍କ ବଡ଼ ପ୍ରତିକ୍ରିୟା। ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବର୍ତ୍ତମାନ ଟ୍ରେଲର ଦେଖିଛନ୍ତି, ଆଗକୁ ପୁରା ଫିଲ୍ମ ଦେଖିବେ। ଯାହା ଘର ଦୁର୍ବଳ ହେବ ସେହି ଘର ଭାଙ୍ଗିଯିବ, ଏଥିରେ କିଛି କହିବାର ନାହିଁ। ମମତା ମହନ୍ତ ବିଜେଡି ଛାଡି ବିଜେପିକୁ ଆସିବା ପରଠୁ ଚର୍ଚ୍ଚା ହେଉଛି ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ ହେଉଛି। ଆଉ ଏହି ଉଦ୍ୟମ ପଛରେ ବିଜେପିର ହାତ ଥିବା ଅଭିଯୋଗ ହୋଇଆସୁଛି। ଆଉ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଅନ୍ୟପଟେ ବିଜେଡିର ପରାଜୟକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କହିଛନ୍ତି, ସରକାରରେ ଥିବା ଦଳର କର୍ମୀ ଓ ଜନପ୍ରତିନିଧିଙ୍କ ଗୁରୁତ୍ୱ ସରକାରୀ ଅଧିକାରୀଙ୍କଠାରୁ ଅଧିକ ରହିବା ଉଚିତ୍ । ଯାହା ନବୀନ ପଟ୍ଟନାୟକଙ୍କ ସରକାର କଲା ନାହିଁ । ପାଣ୍ଡିଆନଙ୍କ କଥାରେ ଦଳ ଚାଲିବାରୁ ସେମାନଙ୍କ ଦୁର୍ଗତି ହେଲା, ଆଉ ବିଜେପି କ୍ଷମତାକୁ ଆସିଲା । ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ନର୍ବନିର୍ବାଚିତ ବିଧାୟକ ଓ ସାଂସଦଙ୍କ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ବିଧାୟକ ମନ୍ତ୍ରୀଙ୍କ ସ୍ଥାନ ଉପରେ ଅଛି । ଜିଲ୍ଲାପାଳ ଏବଂ ଅଫିସର ଜନପ୍ରତିନିଧିକ କଥା ମାନିବା ଦରକାର । ମନ୍ତ୍ରୀ ଫାଇଲରେ ଯାହା ଲେଖିବ ତାହା ହେଉଛି ଅର୍ଡର । ତାକୁ କାର୍ଯ୍ୟକାରୀ କରିବା କାମ ହେଉଛି ଅଫିସରମାନଙ୍କର ଦାୟିତ୍ୱ। ଏହା ସେମାନ ଅନୁଭବ କରିବା ଦରକାର ବୋଲି ଜୁଏଲ ଓରାମ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ