Sunday, October 4, 2026
30.6 C
Odisha

    ବିଜେପି-ଏନସିପି(ଅଜିତ ଗୋଷ୍ଠୀ)କୁ ବଡ଼ ଝଟକା ଦେଇପାରନ୍ତି ଶରଦ ପାଓ୍ବାର

    ଆଗକୁ ପଢନ୍ତୁ

    ମୁମ୍ବାଇ: ଅକ୍ଟୋବରରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହୋଇପାରେ, କିନ୍ତୁ ଏବେଠାରୁ ରାଜନୈତିକ ଉଷ୍ମତା ତୀବ୍ର ହେବାରେ ଲାଗିଛି। ଶାସନରେ ଥିବା ବିଜେପି-ଶିବସେନା-ଏନସିପି (ଅଜିତ ପାଓ୍ବାର ଗୋଷ୍ଠୀ)କୁ ବଡ଼ ଝଟକା ଦେବାକୁ ପ୍ରସ୍ତୁତି କରୁଛି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ ଚନ୍ଦ୍ର ପାୱାର) ।
    ପୂର୍ବତନ ବିଜେପି ବିଧାୟକ ସୁଧାକର ଭାଲେରାଓ ଦଳର ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଯୋଗ ଦେବେ ବୋଲି ଜିଲ୍ଲା ସଭାପତି ସଞ୍ଜୟ ଶେଟେ କହିଛନ୍ତି। ସୁଧାକର ଭାଲେରାଓ ଉଦଗିର ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଜେପି ବିଧାୟକ ଥିଲେ। ୨୦୧୯ ନିର୍ବାଚନରେ ବିଜେପି ତାଙ୍କୁ ବାଦ୍ ଦେଇ ପରଭାନୀରୁ ଡାକ୍ତର ଅନିଲ କାମ୍ବଲେଙ୍କୁ ପ୍ରାର୍ଥୀ କରିଥିଲା। ଏନସିପି ପ୍ରାର୍ଥୀ ସଞ୍ଜୟ ବନସୋଡେଙ୍କ ଠାରୁ ସେ ପରାସ୍ତ ହୋଇଥିଲେ।
    ସେପଟେ ସଭାପତି ଶରଦ ପାୱାର ମଙ୍ଗଳବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପୁତୁରା ଅଜିତ ପାୱାରଙ୍କ ଦଳର କିଛି ବିଧାୟକ ତାଙ୍କ ଗୋଷ୍ଠୀର ବରିଷ୍ଠ ନେତା ଜୟନ୍ତ ପାଟିଲଙ୍କୁ ଭେଟିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅଧିନରେ ଥିବା ଏନସିପିର ବିଧାୟକମାନେ ଏନସିପି (ଶରଦ ପାୱାର)କୁ ଫେରିବାର ସମ୍ଭାବନା ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ପାୱାର ଏହା କହିଛନ୍ତି।

    ଏନସିପିର ମହାରାଷ୍ଟ୍ର ୟୁନିଟ୍ର ମୁଖ୍ୟ ପାୱାର ଗଣମାଧ୍ୟମକୁ କହିଛନ୍ତି, “ଆମ ଦଳ ଛାଡି ଫେରିବାକୁ ଚାହୁଁଥିବା କାହାକୁ ମୁଁ ଭେଟିନାହିଁ, କିନ୍ତୁ ମୁଁ ସୂଚନା ପାଇଛି ଯେ ସେମାନଙ୍କ ମଧ୍ୟରୁ କିଛି ଜୟନ୍ତ ପାଟିଲଙ୍କୁ ଭେଟିଛନ୍ତି। ଜୟନ୍ତ ପାଟିଲ ଏନସିପି (ଶରଦ ପାୱାର)ର ମହାରାଷ୍ଟ୍ର ୟୁନିଟର ମୁଖ୍ୟ ଅଟନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ