Friday, September 18, 2026
25 C
Odisha

    ରାହୁଲଙ୍କ ଏହି ପଦିଏ କଥା ନୀତୀଶଙ୍କୁ ଲାଗିଥିଲା ଖରାପ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିହାର ରାଜନୀତି ଏହି କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ରବିବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁଣିଥରେ ଭାଜପାରେ ଯୋଗ ଦେଇ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଭାଜପା ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ଏବଂ ବିରୋଧୀଦଳ ନେତା ବିଜୟ ସିହ୍ନାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଜାନୁଆରୀ ୧୩ରେ ନୀତୀଶ ମହାଗଠବନ୍ଧନକୁ ଭାଙ୍ଗି ଏନ୍‌ଡିଏରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଦିନ ଇଣ୍ଡିଆ ମେଣ୍ଟର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାହୁଲ ଗାନ୍ଧୀ ଏପରି କିଛି କହିଥିଲେ, ଯାହାକୁ ନେଇ ନୀତୀଶ ଅସନ୍ତୋଷ ପ୍ରକାଶ କରିଥିଲେ। ନୀତୀଶଙ୍କୁ ରାହୁଲଙ୍କ କଥାକୁ ଏତେ ଖରାପ ଲାଗିଥିଲା ଯେ, ସେ ବୈଠକ ଶେଷ ହେବାର ୧୦ ମିନିଟ ପୂର୍ବରୁ ଚାଲିଆସିଥିଲେ। ଜାନୁଆରୀ ୧୩ରେ କଂଗ୍ରେସ ଇଣ୍ଡିଆ ମେଣ୍ଟର ଏକ ଭର୍ଚୁଆଲ ବୈଠକ ଆୟୋଜନ କରିଥିଲା। ଏହି ବୈଠକରେ ଇଣ୍ଡିଆ ମେଣ୍ଟର ସଂଯୋଜକଙ୍କ ନାମ ଚୂଡାନ୍ତ ହେବାର ଥିଲା, କିନ୍ତୁ ରାହୁଲ ଗାନ୍ଧୀ କହିଥିଲେ ସଂଯୋଜକଙ୍କ ନାମ ପାଇଁ ସେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପରାମର୍ଶ ନେବେ। ଏହି କଥା ନୀତୀଶଙ୍କୁ ଭଲ ଲାଗିନଥିଲା। ବୈଠକର କିଛି ସମୟ ପରେ ସଦସ୍ୟମାନେ ନୀତୀଶ କୁମାରଙ୍କ ନାମ ସଂଯୋଜକ ଭାବରେ ଗ୍ରହଣ କରିଥିଲେ। ତେବେ ନୀତୀଶ କୁମାର ଏହି ପଦକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    88 %
    1kmh
    96 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ