Wednesday, October 23, 2024
21.7 C
Odisha

    ବିଜେଡିରେ ସାମିଲ ହେଲେ ଯାତ୍ରା କଳାକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ୩୦ ଜିଲ୍ଲାରୁ ୨୯ ବିଶିଷ୍ଟ କଳାକାର । ଆଜି ଓଡ଼ିଶା କଳାକାର ମହାସଂଘର କଳାକାର ମାନେ ବହୁ ସଂଖ୍ୟାରେ ଆସି ଅନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପ୍ରଧାନଙ୍କ ପରି ବିଶିଷ୍ଟ କଳାକାର ଶଙ୍ଖ ଫୁଙ୍କିଛନ୍ତି । ଏମାନଙ୍କ ସହ ୩ଶହରୁ ଅଧିକ କଳାକାର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ବିଜେଡିରେ ଯୋଗ ଦେବାକୁ ସେମାନେ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିବା ପରେ ଦଳରେ ବିଧିବଦ୍ଧ ଯୋଗ ଦେଇଛନ୍ତି । ଏମାନଙ୍କୁ ଦଳକୁ ପାଛୋଟି ନେଇଛନ୍ତି ବରିଷ୍ଠ ବିଧାୟକ ଦେବୀ ମିଶ୍ର, ସାଂସଦ ମାନସ ମଙ୍ଗରାଜ ଓ ଅମର ପଟ୍ଟନାୟକ । ସଂସ୍କୃତିର ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ରହିଛି । ଓଡ଼ିଶା ସଂସ୍କୃତି ଓ କଳାର ମାଟି । ନବୀନ ବାବୁଙ୍କ ନେତୃତ୍ୱ ଓ ସାଂସ୍କୃତିକ ଆଭିମୁଖ୍ୟ ଦେଖି ଏହି କଲାକାର ବିଜେଡିରେ ମିଶୁଛନ୍ତି ବୋଲି କହିଛନ୍ତି ବିଧାୟକ ଦେବୀ ମିଶ୍ର । ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି, ସେଥିପାଇଁ ସେମାନେ ବିଜେଡି ସାଂସ୍କୃତିକ ସାମ୍ମୁଖ୍ୟରେ ମିଶୁଛନ୍ତି । ଏହା ଓଡ଼ିଶାର କଳାକୁ ଆହୁରି ଆଗକୁ ନେବ ବୋଲି ଆଶା କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ଓଡ଼ିଶାରେ କଳାକାର ଓ କଳାର ବିକାଶ କଥା କେହି ଚିନ୍ତା କରି ନଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖୀ, ଗରିବ, କଳାକାରଙ୍କ ଦୁଃଖ ହୃଦୟରୁ ଅନୁଭବ କଲେ । କେବଳ କଳାକାର ଭତ୍ତାରେ ରହିବେ ନାହିଁ ବୋଲି ରୋଜଗାର ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଆମ ପାଇଁ ନୂଆ ପର୍ବ ଓ ନୂଆ ଅଭିନୟ । ସମସ୍ତଙ୍କୁ ଉଚ୍ଚସ୍ତରକୁ ନେବାକୁ ନବୀନ ପଟ୍ଟନାୟକ ପ୍ରୟାସ କରିଛନ୍ତି ବୋଲି କହିଛନ୍ତି ଦଳରେ ଯୋଗଦେଇଥିବା କଳାକାରଗଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ