Tuesday, February 24, 2026
21.1 C
Odisha

    ପିଚୁ କାରଖାନାରେ ପଡ଼ି ଶ୍ରମିକ ଗୁରୁତର

    ଆଗକୁ ପଢନ୍ତୁ

    ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲ ଅନ୍ତର୍ଗତ କୁତୁର୍ଲା ଆର ଆଇ ନିରୀକ୍ଷକଙ୍କ ଅଧୀନରେ ଥିବା ବହଲିସ୍ଥିତ କ୍ରସରର ପିଚୁ କାରଖାନାରେ ପଡ଼ି ଜଣେ ଶ୍ରମିକ ଗୁରତର ହୋଇଥିବା ଜଣାପଡ଼ିଛି। ଗୁରୁତର ହୋଇଥିବା ଶ୍ରମିକ ଜଣକ ବିହାରର ବି ରାୟ ବୋଲି ପରିଚୟ ମିଳିଛି। ଆଜି ଭୋର ୪ଟା ସମୟରେ ଶ୍ରମିକ ଜଣକ ପିଚୁ କାରଖାନାରେ କାମ କରୁଥିବା ବେଳେ ତାଙ୍କ ଦେହରେ ଗରମ ଆଲକତାରା ପଡିଯିବାରୁ ଦେହ ଜଳି ଯାଇଥିଲା। ଏନେଇ ପାଖରେ ଥିବା ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀରସ୍ଥିତ ଭିମ ଭୋଇ ମେଡ଼ିକାଲକୁ ନେଇଥିଲେ। ହେଲେ ସେ ଅଧିକ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ନେବାକୁ ଡାକ୍ତର କହିଥିଲେ। ଗୁରୁତର ଶ୍ରମିକଙ୍କୁ ବୁର୍ଲାରୁ ଆଇଜିଏଚ୍‌ ରାଉରକେଲା ନିଆଯାଇଥିବା ଜଣାପଡିଛି।
    ଅନ୍ୟପକ୍ଷରେ କ୍ରସର ଭିତରେ ଚାଲିଥିବା ପିଚୁ କାରଖାନାଟି ଆଇନ ସମ୍ମତ କି ନୁହେଁ ତାହା ସନ୍ଦେହ ଘେରରେ ଥିବା ବେଳେ କାମ କରୁଥିବା ରାଜ୍ୟ ବାହାର ଶ୍ରମିକଙ୍କ ପଞ୍ଜୀକରଣ ହୋଇଛି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.1 ° C
    21.1 °
    21.1 °
    42 %
    0.8kmh
    72 %
    Tue
    34 °
    Wed
    33 °
    Thu
    35 °
    Fri
    36 °
    Sat
    36 °

    ସମ୍ବନ୍ଧିତ