Sunday, March 22, 2026
32 C
Odisha

    ଛତିଶଗଡ଼ର ଆବାସିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟି ୪ ବର୍ଷର ବାଳିକା ମୃତ

    ଆଗକୁ ପଢନ୍ତୁ

    ବିଜାପୁର: ଛତିଶଗଡ଼ର ଆଦିବାସୀ ପ୍ରଭାବିତ ଅଞ୍ଚଳ ବିଜାପୁରରେ ଏକ ସରକାରୀ ଚାଳିତ ଆବାସିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟି ଜଣେ ୪ ବର୍ଷର ବାଳିକାର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡ ବୁଧବାର ରାତିରେ ଘଟିଥିବା ସୂଚନା ରହିଛି। ଆବାସିକ ବିଦ୍ୟାଳୟରେ ନିଆଁ ଲାଗିଯିବା ପରେ ସେଠାରେ ଥିବା ପ୍ରାୟ ୩୦ରୁ ଅଧିକ ଛାତ୍ରୀଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ନକ୍ସଲ ପ୍ରଭାବିତ ଛତିଶଗଡର ଏହି ସ୍କୁଲ ଘରଟି ବାଉଁଶରେ ନିର୍ମାଣ ହୋଇଥିଲା। ଫଳରେ ନିଆଁ ବ୍ୟାପିବାକୁ ବେଶି ସମୟ ଲାଗିନଥିଲା। ସଙ୍ଗେ ସ‌ଙ୍ଗେ ଭିତରେ ନିଆଁ ଚାରିଆଡ଼େ ମାଡ଼ି ଯାଇଥିଲା। କେଉଁ କାରଣରୁ ହଠାତ ଏହି ଆବାସିକ ବିଦ୍ୟାଳୟରେ ନିଆଁ ଲାଗିଯାଇଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଗ୍ରାମବାସୀ ଏହା ଜାଣିବା ପରେ ତୁରନ୍ତ ଘର ଭିତରୁ ଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଗ୍ରାମବାସୀଙ୍କ ସହାୟତାରେ ୩୦ ରୁ ଅଧିକ ଛାତ୍ରୀ ଉଦ୍ଧାର ହୋଇଥିଲେ ବି ଜଣେ ଛାତ୍ରୀ ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ