Friday, May 17, 2024
36.4 C
Odisha

    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ଜୟନ୍ତୀ

    ଆଗକୁ ପଢନ୍ତୁ

    ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମବାର୍ଷିକି । ଏଅବସରରେ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ପାଳିତ ହେଉଛି । ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆଜି ଆୟୋଜନ କରାଯିବ । ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଆଜି ଏକ ମାର୍ଗଦର୍ଶିକା ଉନ୍ମୋଚିତ ହେବ । ପଞ୍ଚାୟତ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥାର ସୁବନ୍ଦୋବସ୍ତ ପାଇଁ ଏକ ସଫ୍ଟୱେର ପ୍ରଥମ ଥର ପାଇଁ ଭୁବନେଶ୍ୱର ବ୍ଲକରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ । ଏହାପରେ ସମସ୍ତ ବ୍ଲକରେ କାର୍ଯ୍ୟକାରୀ ହେବ ।
    ପଞ୍ଚାୟତିରାଜ ଦିବସରେ ୧୨ଟି ଗ୍ରାମ ପଞ୍ଚାୟତକୁ ଆଇଏସଓ ପ୍ରମାଣପତ୍ର ଆବଣ୍ଟନ କରିବା ପାଇଁ ଏଲଏମଏସ୍ ଓ ୟୁନିଭର୍ସାଲ ସାର୍ଟିଫିକେସନ ଏଜେନ୍ସି ସମ୍ମତି ଜଣାଇଛନ୍ତି । ସେହିପରି ଇ-ପଞ୍ଚାୟତ ସଭା ମୋବାଇଲ ଆପ୍ର ଲୋକାର୍ପଣ କରାଯିବ । ଏହାଦ୍ୱାରା ସମସ୍ତ ଗ୍ରାମ ପଞ୍ଚାୟତର ମାସିକ ପଞ୍ଚାୟତ ସଭା ଓ ସମ୍ପର୍କିତ ବିବରଣୀ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ । ତାଲିମ ପରିଚାଳନା ପୋର୍ଟାଲର ମଧ୍ୟ ଲୋକାର୍ପଣ ହେବ । ଏହି ପୋର୍ଟାଲ ଦ୍ୱାରା ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ପାଇଁ ସମସ୍ତ ତଥ୍ୟ ଅତି ସଂକ୍ଷେପରେ ଉପଲବ୍ଧ ହେବ । ଏହାସହ ଅନ୍ୟ କିଛି କାର୍ଯ୍ୟକ୍ରମ ମଧ୍ୟ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    31 %
    2.1kmh
    100 %
    Fri
    37 °
    Sat
    29 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ