Saturday, May 18, 2024
29.9 C
Odisha

    ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ଆଜି ଓଡ଼ିଶା ଆସୁୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଅପରାହ୍ନରେ ଭୁବନେଶ୍ୱର ଆସି ସିଧା ଚଣ୍ଡୀଖୋଲ ଯିବେ । ୩ଟା ୧୫ରେ ଚଣ୍ଡୀଖୋଲରେ ପଂହଚିବା ପରେ ସରକାରୀ କାର୍ଯ୍ୟକ୍ରମ । ୧୯, ୬୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ଓ ଉଦଘାଟନ କରିବେ ପ୍ର୍ରଧାନମନ୍ତ୍ରୀ । ଏଥିମଧ୍ୟରେ ରହିଛି ତୈଳ ଓ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ । ୪ଟା ୧୫ରେ ସାଧାରଣ ସଭାରେ ଉଦବୋଧନ ଦେବେ ମୋଦୀ ।
    ବିଜେପି ବିଧାୟକ, ସାଂସଦ ଓ ନେତା ଉପସ୍ଥିତ ରହିବେ । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ଗସ୍ତ ଓ ସାଧାରଣ ସଭାକୁ ନେଇ ରାଜ୍ୟ ବିଜେପି ବେଶ ଉତ୍ସାହିତ ଅଛି । ସେପଟେ ମୋଦୀଙ୍କ ଗସ୍ତ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ କମିଶନର । ବିମାନବନ୍ଦରକୁ କଡା ନଜରରେ ରଖାଯାଇଛି । ଭୁବନେଶ୍ୱର ଡିସିପି ସୁରକ୍ଷା ଦାୟିତ୍ୱରେ ରହିବେ । ବିମାନବନ୍ଦରରୁ ରାଜଭବନ ଯାଏଁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଡଗସ୍କ୍ୱାର୍ଡ ଓ ବମସ୍କ୍ୱାର୍ଡ ନିୟୋଜିତ ହେବେ ।
    ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ଦାୟିତ୍ୱରେ ରହିବେ ୬ଜଣ ଆଡିସିନାଲ ଡିସିପି, ୧୦ ଜଣ ଏସିପି, ୧୯ ଇନସ୍ପେକ୍ଟର, ୬୯ ଅଫିସର । ବନ୍ଧୁକଧାରୀ ପୁଲିସ ଓ ଓଡ୍ରାଫ ଟିମ ବି ମୁତୟନ ରହିବେ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଚଣ୍ଡୀଖୋଲ ଯାଏଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.9 ° C
    29.9 °
    29.9 °
    46 %
    0.7kmh
    100 %
    Sat
    32 °
    Sun
    40 °
    Mon
    42 °
    Tue
    42 °
    Wed
    40 °

    ସମ୍ବନ୍ଧିତ