Thursday, September 24, 2026
24.7 C
Odisha

    ଇଟାଲିରେ ଭାରତୀୟଙ୍କ ପାଇଁ ଖୁସି ଖବର: ୧୫୧,୦୦୦ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ

    ଆଗକୁ ପଢନ୍ତୁ

    ରୋମ: ଇଟାଲିରୁ ଭାରତୀୟ ଯୁବବର୍ଗଙ୍କ ପାଇଁ ଖୁସି ଖବର ଆସିଛି। ୟୁରୋପର ସବୁଠାରୁ ଶିଳ୍ପ ବିକଶିତ ଦେଶ ଇଟାଲି‌ରେ ଏବେ କର୍ମଚାରୀ ସଙ୍କଟ ଦେଖାଦେଇଛି। ଏହି କାରଣରୁ ଇଟାଲି ସରକାର ୧୫୧,୦୦୦ ବିଦେଶୀ ନାଗରିକଙ୍କ ପାଇଁ ୱାର୍କ ପରମିଟ ଜାରି କରାଇଛନ୍ତି। ଏହା ସହିତ ଇଟାଲି ସରକାର ନିତିଦିନିଆ ଶ୍ରମିକଙ୍କ ପାଇଁ ‌ ୬୧,୨୫୦ ୱାର୍କ ପରମିଟ ସଂରକ୍ଷିତ ରଖିଛନ୍ତି। ସେହିପରି ସ୍ବ-ରୋଜଗାର ବିଦେଶୀ ଶ୍ରମିକଙ୍କ ପାଇଁ ୭୦୦ ପଦବୀ ସଂରକ୍ଷିତ ରଖିଛନ୍ତି। ଇଟାଲି ପକ୍ଷରୁ ଜାରି ହୋଇଥିବା ଏହି ୱାର୍କ ପରମିଟ ଦ୍ବାରା ସର୍ବାଧିକ ଉପକୃତ ଭାରତୀୟ ଯୁବବର୍ଗ ହେବାର ଆଶା ରହିଛି। ଭାରତ ବିଶ୍ବରେ ସର୍ବାଧିକ ସ୍କିଲ ଏବଂ ଅନସ୍କିଲ କର୍ମଚାରୀ ଯୋଗାଇ ଦେବାରେ ଆଗରେ ରହିଛି।

    ଏହି ନିଯୁକ୍ତି ସୁଯୋଗ ଫାଷ୍ଟ କମ୍ ଫାଷ୍ଟ ବେସିସିରେ ରହିଛି। ନିଯୁକ୍ତ ଆଶାୟୀ ପ୍ରଥମେ ଆବେଦନ କରି ନିଜର ସ୍ଥାନ ସୁରକ୍ଷିତ ରଖି ପାରିବେ ବୋଲି ଇଟାଲି ସରକାର କହିଛନ୍ତି। ସବୁ ଦିନିଆ ଶ୍ରମିକଙ୍କ ପାଇଁ ୮୯,୦୫୦ କୋଟା ପଦବୀର ଘୋଷଣା କରାଯାଇଛି। ଯେଉଁ ଦେଶ ସହିତ ଇଟାଲିର ଦ୍ବିପକ୍ଷୀୟ ପ୍ରବାସନ ସୁବିଧା ରହିଛି ସେସବୁ ଦେଶର ନାଗରିକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ।
    ସବୁଦିନିଆ ଶ୍ରମିକମାନେ ମାର୍ଚ୍ଚ ୧୮ଠାରୁ ୱାର୍କ ପରମିଟ ପାଇଁ ଆବେଦନ କରିପାରିବେ। ଯେଉଁ ଦେଶ ସହିତ ଇଟାଲିର ପ୍ରବାସନ ଚୁକ୍ତି ନାହିଁ ସେସବୁ ଦେଶର ନାଗରିକମାନେ ମାର୍ଚ୍ଚ ୨୧ଠାରୁ ନିଜର ୱାର୍କ ପରମିଟ ପାଇଁ ଆବେଦନ କରି ପାରିବେ।

    ଇଟାଲିରେ ଡାକ୍ତର, ନର୍ସ, ଫିଜିଓଥେରାପିଙ୍କର ଅଧିକ ଚାହିଦା ରହିଛି। ଏହା ସହିତ କୁଶଳୀ ଶ୍ରମିକଙ୍କର ମଧ୍ୟ ବଡ଼ ଧରଣର ଆବଶ୍ୟକତା ରହିଛି। ଏହି ନିଯୁକ୍ତି ସୁଯୋଗ ଦ୍ବାରା ଭାରତ ସର୍ବାଧିକ ଉପକୃତ ହୋଇ ପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.7 ° C
    24.7 °
    24.7 °
    95 %
    2kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ