Friday, May 17, 2024
36.4 C
Odisha

    ବିଜେଡିରେ ସାମିଲ ହେଲେ ଅନୁଗୁଳର ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦିନକୁ ଦିନ ଆହୁରି ଶକ୍ତିଶାଳୀ ହେବାରେ ଲାଗିଛି ବିଜେଡି । ଆଜି ବିଜେଡିରେ ମିଶିଛନ୍ତି ଅନୁଗୁଳର ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନା । ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି ବିପ୍ଳବ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ବିପ୍ଳବ ଜେନା । ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସେ କିଛି ଦିନ ତଳେ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ । ତାଙ୍କ ପିତା ସ୍ବର୍ଗତ ରମେଶ ଜେନା ଅନୁଗୁଳରୁ ଥରେ ବିଧାୟକ ଥିଲେ । ମିଶ୍ରଣ ପୂର୍ବରୁ ପାରମ୍ପରିକ ନୃତ୍ୟ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଶଙ୍ଖ ଭବନ । ବିପ୍ଳବ ଓ ୧୫ଶହ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିରେ ମିଶ୍ରଣ ସହ କଂଗ୍ରେସ ଶିବିରକୁ ନିୟମିତ ଝଟକା ଲାଗୁଛି । କଂଗ୍ରେସ ଛାଡ଼ିଥିବା ପୂର୍ବତନ ରାଜନଗର ବିଧାୟକ ତଥା ପୂର୍ବତନ କେନ୍ଦ୍ରାପଡ଼ା କଂଗ୍ରେସ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି ଦୁଇ ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ । ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଯେ ନିରବଛିନ୍ନ ଭାବେ ଓଡ଼ିଶାକୁ ଗଢି ତୋଳିବାର ପ୍ରୟାସ ଜାରି ରଖିବା ସହ ମହିଳା ସଶକ୍ତିକରଣ, ଖାଦ୍ୟ ନିରାପତ୍ତା, ଛାତ୍ର, ଚାଷୀଙ୍କ ବିକାଶ ପରି ସବୁ କ୍ଷେତ୍ରରେ ଭାରତବର୍ଷ ପାଇଁ ଦିଗଦର୍ଶନ ପାଲଟିଛନ୍ତି । ତେଣୁ ୨୪ ବର୍ଷରୁ ନିଜ କାର୍ଯ୍ୟକ୍ରମ ପାଇଁ ସେ ଏକ ନମ୍ବର ହୋଇ ରହିଛନ୍ତି । ବିପ୍ଳବ ଜଣେ ଶ୍ରମିକ ନେତା । ବିଜେଡିରେ ମିଶିଲେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଣବ ଜଣାଇଥିଲେ । ବିପ୍ଳବ ମଧ୍ୟ ନିଜ ଆଡୁ ମିଶିବାକୁ କହିଥିଲେ । ଯାହାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି । ଏକ ସମନ୍ୱୟ କମିଟି କରି ବିପ୍ଳବଙ୍କ ସହ ମିଶି କାମ କରିବାକୁ ଅନୁଗୁଳ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    31 %
    2.1kmh
    100 %
    Fri
    37 °
    Sat
    29 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ