Saturday, March 21, 2026
27.7 C
Odisha

    ବିଜେଡିରେ ସାମିଲ ହେଲେ ବଲାଙ୍ଗିରର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

    ଆଗକୁ ପଢନ୍ତୁ

    ସାଧାରଣ ନିର୍ବାଚନ ପୂର୍ବରୁ ଭୁଶୁଡ଼ିବାରେ ଲାଗିଛି ରାଜ୍ୟ ବିଜେପି। ନିର୍ବାଚନ ଯେତେ ପାଖେଇ ଆସୁଛି ପଦ୍ମ ଓ ହାତ ଛାଡ଼ି ନବୀନଙ୍କ ହାତ ମୁଠାକୁ ଟାଣ କରୁଛନ୍ତି ରାଜ୍ୟ ବିଜେପି ଓ କଂଗ୍ରେସ କର୍ମୀ। ଏହିକ୍ରମରେ ଆଜି ଶଙ୍ଖଭବନରେ ବିଜେଡିରେ ସାମିଲ ହୋଇଛନ୍ତି ବଲାଙ୍ଗିରର ବୈଶାଖୁ ଗଡ଼ତ୍ୟା, ତୁଷାରକାନ୍ତି ଗଡ଼ତ୍ୟା, ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ଶତାଧିକ ବିଜେପି କର୍ମୀ। ଏହାପରେ ଦଳୀୟ ଉତ୍ତରୀୟ ଦେଇ ମିଶ୍ରଣ ପର୍ବରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ବିଜେଡିର ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଓ ପ୍ରିୟବ୍ରତ ମାଝୀ।ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଭୋକର ଭୂଗୋଳରୁ ବଳକା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହୋଇଛି ରୂପାନ୍ତରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଏବଂ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ପୂର୍ବତନ ଏଜି ଅଫିସର ସୁକାନ୍ତ ପାଣିଗ୍ରାହୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ