Sunday, August 23, 2026
26.5 C
Odisha

    ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ଜାଲ୍‍ ସର୍ଭେ ରିପୋର୍ଟ କରିଛି ବିଜେପି: ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଏକ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ସର୍ଭେରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ଏହା କେବଳ ଓଡ଼ିଶା ବିଜେପିର ମନୋବଳକୁ ଭାଙ୍ଗିନାହିଁ ବରଂ ସେମାନଙ୍କ ଆତ୍ମବିଶ୍ୱାସକୁ ମଧ୍ୟ ନଷ୍ଟ କରିଦେଇଛି। ଏଭଳି କର୍ମୀଙ୍କ ମନୋବଳ ବଢାଇବାକୁ ରାଜ୍ୟ ବିଜେପି ଜାଲ୍‍ ସର୍ଭେ ରିପୋର୍ଟ ପ୍ରସ୍ତୁତି କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର। ମହାପାତ୍ର ଆଜି ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଓଡ଼ିଶା ବିଜେପିର ନେତାମାନେ ଭଲ ଭାବେ ଜାଣନ୍ତି ଯେ ବହୁ ଚେଷ୍ଟା ସତ୍ତ୍ବେ ସେମାନେ ଓଡ଼ିଶାରେ ବିଜେଡିର ମୁକାବିଲା କରିପାରିବେ ନାହିଁ। ସେମାନଙ୍କ ଆଭ୍ୟନ୍ତରୀଣ ରିପୋର୍ଟରେ ମଧ୍ୟ ଏହା ପ୍ରତିଫଳିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ସମସ୍ତ ୧୪୭ଟି ବିଧାନସଭା ଓ ଲୋକସଭା ଆସନ ପାଇଁ ଓଡ଼ିଶା ବିଜେପିର ପ୍ରାର୍ଥୀ ନାହାନ୍ତି। ତେଣୁ ଓଡ଼ିଶା ବିଜେପିକୁ ଲୋକଙ୍କୁ ଠକି ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଶ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତାଙ୍କୁ ଦଳରେ ସାମିଲ କରିବାକୁ ପଡୁଛି। ତେଣୁ ନିଜ ହତାଶ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ବିଜେପି ଏକ ଜାଲ୍‍ ସର୍ଭେ କରି ବିଜେପିର ଦୃଢ଼ ସମ୍ପର୍କ ଥିବା ଏକ ଗଣମାଧ୍ୟମ ସଂସ୍ଥାର ଆଶ୍ରୟ ନେଇଛି ଏବଂ ନିଜର ରାଜନୈତିକ ସୁବିଧା ପାଇଁ ଏକ ରିପୋର୍ଟ ପ୍ରକାଶ କରୁଛି। ଯେଉଁ ସଂଗଠନର ରିପୋର୍ଟ ଓଡ଼ିଶା ବିଜେପି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଛି, ତାହାର ମାଲିକ ବିଜେପିରେ ଯୋଗ ଦେଇଛନ୍ତି। ସେ ଏସ୍‌ଆର୍‌ଏମ୍‌ ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁସନର ମାଲିକ। ଏହି ଅନୁଷ୍ଠାନଗୁଡ଼ିକ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଆସୁଛି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସମ୍ପର୍କରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ହାତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.5 ° C
    26.5 °
    26.5 °
    92 %
    0.2kmh
    100 %
    Sun
    26 °
    Mon
    28 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ