Tuesday, September 15, 2026
26 C
Odisha

    ଗତ ୧୩ ମାସର ସରକାର ମଧ୍ୟରେ ରାଜ୍ୟରେ ଅରାଜକତା ବଢ଼ିଛି : ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଦିନିଆ ଗସ୍ତକାଳରେ ସେ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟସ୍ଥାନରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ତେବେ ରାଷ୍ଟ୍ରପତିଙ୍କୁ ଦେଖା କରିବା ପାଇଁ ବିଜୁ ଜନତା ଦଳ (ବିଜେଡି) ୫ ମିନିଟ ସମୟ ମାଗିଛି। ବିଜେଡି କହିଛି, ବାଲେଶ୍ଵରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶନିବାର ଦିନ ଘଟିଥିବା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ। ଏହି ଘଟଣା ଆମ ସମସ୍ତଙ୍କୁ ଅତ୍ୟନ୍ତ ଦୁଃଖ ଦେଇଛି। କାରଣ ଆମେ ବି ଜଣେ ଜଣେ ମା, ଆମର ବି ଝିଅ ଅଛନ୍ତି। ରାଷ୍ଟ୍ରପତି ମଧ୍ୟ ଜଣେ ମା ଭଳି, ସେ ମଧ୍ୟ ଏହି ଘଟଣାକୁ ହୃଦଙ୍ଗମ କରିପାରିବେ। ଏହାକୁ ଦୃଷ୍ଟିରେ ରଖି ନିଜର ମୂଲ୍ୟବାନ ସମୟ ମଧ୍ୟରୁ ୫ ମିନିଟ ସମୟ ଦିଅନ୍ତୁ ରାଷ୍ଟ୍ରପତି ବୋଲି ଅନୁରୋଧ କରିଛି ବିଜେଡି।

    ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଅଭିଯୋଗ ଆଣିଛି ଯେ, ଗତ ୧୩ ମାସର ସରକାର ମଧ୍ୟରେ ରାଜ୍ୟରେ ବଢ଼ିଛି ଅରାଜକତା। ମହିଳାଙ୍କ ଉପରେ ବଢ଼ିଛି ଅତ୍ୟାଚାର। ଗତକାଲି ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀର ୯୫ ପ୍ରତିଶତ ଶରୀର ପୋଡ଼ିଯାଇଛି। ଦୀର୍ଘ ୬ ମାସ ହେବ ଝିଅର ବିଭାଗୀୟ ମୁଖ୍ୟ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏପରିକି କ୍ଲାସରେ ଭର୍ତ୍ତି କରାଯାଇନଥିଲା। ଏପରିକି ଉପସ୍ଥାନ ମଧ୍ୟ ଦିଆଯାଇନଥିଲା। ଏହାକୁ ନେଇ ସେ ସୋସିଆଲ ମିଡିଆ ‘ଏକ୍ସ’ରେ ସମସ୍ତଙ୍କୁ ଜଣାଇଛନ୍ତି। ହେଲେ ଏବେ ଏହି ଦୁର୍ଘଟଣା ପରେ ସରକାର ତଦନ୍ତ କରିବେ ବୋଲି କହିଛନ୍ତି। ଭରତପୁରରୁ ନେଇ ଗୋପାଳପୁର ପର୍ଯ୍ୟନ୍ତ ସବୁଠି ତଦନ୍ତ ଚାଲିଛି। କାହାର ଏପର୍ଯ୍ୟନ୍ତ ମିଳିନି ରିପୋର୍ଟ। ସିସିଟିଭିରେ ସବୁ ଭିଜୁଆଲ ଦେଖିବାକୁ ମିଳିଛି। କିଏ କିଏ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏମ୍ସ ଭୁବନେଶ୍ୱରରେ କିଛି ଏବିଭିପି କର୍ଯ୍ୟକ୍ରତା ସେଠାରେ ଗୁଣ୍ଡରାଜ୍ କରୁଛନ୍ତି। କାହାକୁ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ କଥା ହେବାକୁ ଦେଉନାହାନ୍ତି। ସେମାନଙ୍କୁ ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛି ବିଜେଡି।

    ବିଜେଡି ନେତ୍ରୀ କହିଛନ୍ତି, ରାସ୍ତାରେ ଚାଲି ପାରୁନାହାନ୍ତି ମହିଳା। ଶିକ୍ଷା ଅନୁଷ୍ଠାନ ମଧ୍ୟରେ ପିଲା ହିଁ ସୁରକ୍ଷିତ ନାହାନ୍ତି। ଏଥିପାଇଁ ଅଭିଭାବକମାନେ ମଧ୍ୟ ଭୟଭୀତ ଅଛନ୍ତି। ବାଲେଶ୍ବରର ଛାତ୍ରୀ ଜୁଲାଇ ୧ ତାରିଖରୁ ସେ ସମସ୍ୟାକୁ ନେଇ ସମସ୍ତଙ୍କୁ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଶିକ୍ଷାମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଭିନ୍ନ ବିଭାଗକୁ ଜଣାଇଛନ୍ତି। ହେଲେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏପରିକି ସାଂସଦ ପ୍ରତାପ ଷଡ଼ଙ୍ଗୀ ସବୁ ଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଏହା ଉପରେ ତଦନ୍ତ କରନ୍ତୁ ସରକାର ଆଉ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ଦାବି କରିଛି ବିଜେଡି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    82 %
    0.8kmh
    8 %
    Tue
    27 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ