Sunday, September 8, 2024
24.3 C
Odisha

    ରାଜ୍ୟ ସରକାର ଧ୍ରୁତରାଷ୍ଟ ସାଜିଛନ୍ତି : ଦେବୀରଞ୍ଜନ ତ୍ରିପାଠୀ

    ଆଗକୁ ପଢନ୍ତୁ

    ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ସରକାର ବିରୋଧରେ ରାଜଭବନ ଆଗରେ ବିକ୍ଷୋଭ କରିଛି ବିଜେଡି ଯୁବ ଛାତ୍ର ସଙ୍ଗଠନ । ବୈକୁଣ୍ଠକୁ ମାଡ ମାରିବା ଘଟଣାକୁ ୧୧ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ବିଜେଡିର ଯୁବ ଛାତ୍ର ନେତା । ଏହି ଘଟଣାରେ ରାଜ୍ୟ ସରକାର ଧ୍ରୁତରାଷ୍ଟ ସାଜିଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ।

    ଓଡ଼ିଆ ସରକାରୀ କର୍ମଚାରୀଙ୍କୁ ଜଣେ ଅଣ ଓଡ଼ିଆ ମାଡ ମାରିବା ଏବଂ ପୀଡ଼ିତଙ୍କୁ ନ୍ୟାୟ ନମିଳିବା ଓଡ଼ିଆ ଅସ୍ମିତା ପ୍ରତି ବିପଦ ବୋଲି ଦଳ କହିଛି। ଏହା ଓଡ଼ିଆ ସ୍ୱାଭିମାନ ପ୍ରତି କୁଠାରଘାତ ବୋଲି କହିଛନ୍ତି ଦେବୀରଞ୍ଜନ । ସେହିଭଳି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ନବୀନ ସରକାରରେ ଯିଏ ଭୁଲ କରୁଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । ଏବେ ଓଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ମୋହନ ସରକାର, ବୈକୁଣ୍ଠ ପ୍ରଧାନଙ୍କୁ ମାଡ ଘଟଣାରେ ନୀରବଦ୍ରଷ୍ଟା ସାଜିଛନ୍ତି । ଯଦି ବୈକୁଣ୍ଠକୁ ନ୍ୟାୟ ନ ମିଳେ ଏବଂ ରାଜ୍ୟପାଳଙ୍କ ପୁଅ ଗିରଫ ନ ହୁଅନ୍ତି ତେବେ ଏହି ବିକ୍ଷୋଭ ଓ ଗଣ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି କହିଛନ୍ତି ବ୍ୟୋମକେଶ ।

    ସେହିଭଳି ବିଜେଡିର ଯୁବନେତା ଚିନ୍ମୟ ସାହୁ କହିଛନ୍ତି, ଓଡ଼ିଆ ଅଧିକାରୀ ଡ୍ୟୁଟିରେ ଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହେଲା । ନ୍ୟାୟ ମାଗିବା ପାଇଁ ଯିବାରୁ ନ୍ୟାୟ ମିଳିବା ପରିବର୍ତ୍ତେ ତାଙ୍କର ରାତାରାତି ବଦଳି କରାଗଲା । ପୀଡିତକୁ ଆହୁରି ପୀଡା ଦିଆଗଲା । ଓଡ଼ିଶାରେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହୋଇନି କି? ୨୪ ଘଣ୍ଟା ମଧ୍ୟରେ ଯେଉଁ ବୟାନ ରେକର୍ଡ କରିବା କଥା ତାହା ୧୦ ଦିନ ବିତିଗଲା ପରେ ମଧ୍ୟ ହେଉନି । ମୁଖ୍ୟମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି ମାତ୍ର ୨ ଘଣ୍ଟାରେ ୧୫୦୦ ଅଭିଯୋଗ ଶୁଣୁଛନ୍ତି, କିନ୍ତୁ ବୈକୁଣ୍ଠ ପ୍ରଧାନଙ୍କୁ ମାଡ ହେବାର ୧୦ ଦିନ ବିତିଗଲାଣି । ଏ ଅଭିଯୋଗ ମୁଖ୍ୟମନ୍ତ୍ରୀ କାହିଁକି ଶୁଣିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ସରକାର ଓଡ଼ିଆ ଅସ୍ମିତା ପାଇଁ ନୁହେଁ ବିଜେପି ଅସ୍ମିତା ପାଇଁ କାମ କରୁଛି। ଯଦି ରାଜ୍ୟପାଳଙ୍କ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ଖୁବ୍ ଶୀଘ୍ର ନିଆନଯାଏ ତାହାଲେ ଆନ୍ଦୋଳନ ତୀବ୍ର ହେବ ବୋଲି ବିଜେଡ଼ି କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    91 %
    0.9kmh
    87 %
    Sun
    29 °
    Mon
    30 °
    Tue
    27 °
    Wed
    29 °
    Thu
    30 °

    ସମ୍ବନ୍ଧିତ