Saturday, July 27, 2024
24.6 C
Odisha

    ବିଜେଡି ଇସ୍ତାହାରରେ ମିଶନ ଶକ୍ତି ମହିଳାଙ୍କ ପାଇଁ ବଡ ଘୋଷଣା । ବିନା ସୁଧରେ ୧୫ ଲକ୍ଷ ଟଙ୍କା ଯାଏଁ ମିଳିବ ଋଣ

    ଆଗକୁ ପଢନ୍ତୁ

    ୨୦୨୪ ପାଇଁ ବିଜେଡି ଘୋଷଣା କରିଛି ଘୋଷଣା ପତ୍ର । ନିର୍ବାଚନୀ ଇସ୍ତାହାରରେ ମିଶନ ଶକ୍ତି ମହିଳାଙ୍କ ପାଇଁ ବଡ ଘୋଷଣା କରିଛି ବିଜେଡି । ଆସନ୍ତା ୫ ବର୍ଷରେ ସବୁ ଏସଏଚଜିଙ୍କୁ ଏସଏମଇ କରାଯିବାକୁ ବିଜେଡି ପ୍ରତିଶ୍ରୁତି ଦେଇଛି । ଏଥିସହ ଆଗାମୀ ୧୦ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦ ହଜାର କୋଟିର ସରକାରୀ ବ୍ୟବସାୟ ଦିଆଯିବ ବୋଲି ନବୀନ ନିଜ ଇସ୍ତାହାର ପତ୍ରରେ ଘୋଷଣା କରିଛନ୍ତି । ଏଥିସହ ସବୁଠାରୁ ବଡ କଥା ହେଉଛି । ଏଣିକି ବିନା ସୁଧରେ ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ଯାଏଁ ଋଣ ମିଳିବ । ଆଗରୁ ୧୦ ଲକ୍ଷ ଟଙ୍କା ଯାଏଁ ବିନା ସୁଧରେ ଋଣ ଦିଆଯାଉଥିବା ବେଳେ ଇସ୍ତାହାରରେ ୧୫ ଲକ୍ଷକୁ ବଢାଇଛି ବିଜେଡି । ଆଉ ୨୦୨୪ ଇସ୍ତାହାରରେ ମିଶନ ଶକ୍ତି ମାଆମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରାଯିବାର ବଡ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ