Wednesday, April 22, 2026
30.8 C
Odisha

    ବିଜେଡି ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ ଖୁସି ଖବର । ସୃଷ୍ଟି ହେବ ୨ ଲକ୍ଷ ସରକାରୀ ଚାକିରି

    ଆଗକୁ ପଢନ୍ତୁ

    ବିଜେଡି ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ ଖୁସି ଖବର । ଦଳ ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଯୁବଶକ୍ତି ପାଇଁ ଆସିବ ସ୍ୱତନ୍ତ୍ର ବଜେଟ । ଏଥିପାଇଁ ଖର୍ଚ୍ଚ ହେବ ୧ ଲକ୍ଷ କୋଟିି ଟଙ୍କା । ଆଗାମୀ ୧୦ ବର୍ଷ ପାଇଁ ଏହି ବଜେଟ ହେବ । ଏଥିସହ ସରକାର ଲାଗୁ କରିବେ ନୂଆ-ଓ ଛାତ୍ରବୃତ୍ତି । ଯେଉଁଥିରେ ବର୍ଷକୁ ଛାତ୍ରୀଙ୍କୁ ୧୪ ହଜାର ଟଙ୍କା ଏବଂ ଛାତ୍ରଙ୍କୁ ୧୨ ହଜାର ଟଙ୍କା ଦିଆଯିବ । ଏହି ସ୍କଲାରସିପ୍ କଲେଜର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ତେବେ ଇସ୍ତାହାରରେ ସବୁଠାରୁ ବଡ ଘୋଷଣା ହେଉଛି ଆଗାମୀ ୫ ବର୍ଷରେ ସୃଷ୍ଟି ହେବ ୨ ଲକ୍ଷ ସରକାରୀ ଚାକିରି । ଯାହା ଯୁବପୀଢୀଙ୍କୁ ସଶକ୍ତ କରିବା ସହ ନୂଆ ଓଡିଶା ନିର୍ମାଣର ସ୍ୱପ୍ନକୁ ସାକାର କରିବ ବୋଲି ନବୀନ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.8 ° C
    30.8 °
    30.8 °
    22 %
    2.3kmh
    26 %
    Wed
    31 °
    Thu
    42 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ