Monday, October 5, 2026
29.1 C
Odisha

    ମାଲକାନଗିରିରେ ବନ୍ୟାକୁ ନେଇ ଗର୍ଜିଲା ବିଜେଡି

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରିସ୍ଥିତ ଏକ ଘରୋଇ ହୋଟେଲରେ ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝିଙ୍କ ନେତୃତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାର ଏବଂ ପ୍ରଶାସନ ଉପରେ ବିଜେଡି ଗର୍ଜିଛି। ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ କଣ କଣ ସମସ୍ୟା ରହିଥିବା ତାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛି। ବନ୍ୟା ପୂର୍ବରୁ ଲୋକଙ୍କୁ ସତର୍କ କରାଯାଇପାରିଥାନ୍ତା ବୋଲି ଶ୍ରୀ ମାଝି ଯୁକ୍ତି ବାଢିଥିଲେ। ପ୍ରଶାସନର ଅବହେଳା ଯୋଗୁଁ ଲୋକେ ବହୁ ହଇରାଣ ହୋଇଥିବା କହିଥିଲେ। ଲୋକଙ୍କୁ ବନ୍ୟା ପୂର୍ବରୁ ଡାକବାଜି ଯନ୍ତ୍ରରେ ପ୍ରଚାର ପ୍ରସାର କରାଯାଇଥିଲେ ୨୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଗଛରେ, ଘର ଉପରେ ଫସି ରହିନଥାନ୍ତେ ବୋଲି ଶ୍ରୀ ମାଝି କହିଥିଲେ।

    ବଦଲି ପଞ୍ଚାୟତରେ ବନ୍ୟା ସ୍ଥିତି ସଂଗୀନ ରହିଥିଲେ ମଧ୍ୟ ସେହି ଅଂଚଳର ବହୁ ଲୋକଙ୍କୁ ପଲିଥିନ ମିଳିନଥିବା କହିଥିଲେ।ପ୍ରଶାସନ କ୍ଷତିଗ୍ରସ୍ତ ଲୋକଙ୍କୁ ୫ ଶହରୁ ଊର୍ଦ୍ଧ୍ବ ପଲିଥନ ବଣ୍ଟନ କରାଯାଇଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଜି ବି ବହୁ ଲୋକ ପଲିଥିନ ପାଇବାରୁ ବଂଚିତ ହୋଇଛନ୍ତି। ଏହାର ତଦନ୍ତ ହେଲେ ପୋଲିଥିନ କୁଆଡ଼େ ଗଲା ତାହା ଜଣାପଡ଼ିବ ବୋଲି ସେ ଯୁକ୍ତି ବାଢିଥିଲେ। ମୁଖ୍ୟମନ୍ତ୍ରୀ ମାଲକାନଗିରି ଆସି ବନ୍ୟାଞ୍ଚଳ ପରିଦର୍ଶନ କଲେ ଏବଂ ସମୀକ୍ଷା କରି ଚାଲିଗଲେ। ଏହାକୁ ଆମେ ସ୍ବାଗତ କରୁଛୁ କିନ୍ତୁ ଲୋକେ ଏଠାରେ କେତେ ହଇରାଣ ହେଉଛନ୍ତି ଏବଂ ଲୋକେ କିପରି କ୍ଷତି ପୂରଣ ପାଇବେ ସେନେଇ କୌଣସି ଉଚିତ ପଦକ୍ଷେପ ନେଲେ ନାହିଁ।
    ଚଳିତ ନିର୍ବାଚନରେ କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେପି ଏବଂ ଆନ୍ଧ୍ରରେ ବିଜେପି ସମର୍ଥିତ ସରକାର ହୋଇଥିବାରୁ ଏବେ ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ଜୋରସୋରରେ ଆରମ୍ଭ ହେବ।ଏଥିପାଇଁ କେନ୍ଦ୍ର ସରକାର ୧୨ ହଜାର ୫ ଶହ କୋଟି ଟଂକା ପ୍ରଦାନ କରିସାରିଲେଣି। ପୋଲାଭରମ ପ୍ରକଳ୍ପର ଉଚ୍ଚତା କମା ନଗଲେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦିଆଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମାନସ ମାଡକାମୀ, ବରିଷ୍ଠ ନେତା ଗୋପାଳ ପଣ୍ଡା, ରାଜେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    71 %
    1.6kmh
    0 %
    Mon
    26 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ