Monday, March 23, 2026
20.4 C
Odisha

    ୨୭ ବର୍ଷରେ ପାଦ ଦେଲା ବିଜେଡି

    ଆଗକୁ ପଢନ୍ତୁ

    ୨୭ ବର୍ଷରେ ପାଦ ଦେଲା ବିଜେଡି । ଆଜି ଦଳ ପାଳୁଛି ୨୬ତମ ପ୍ରତିଷ୍ଠା ଦିବସ । ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ଦଳ ପକ୍ଷରୁ ପାଳନ କରାଯିବ । ପ୍ରତି ନିର୍ବାଚନମଣ୍ଡଳୀ ସହ ଶଙ୍ଖ ଭବନରେ ମଧ୍ୟ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ। ଆଜି କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା କରିବ ଯୁବ ଓ ଛାତ୍ର ଜନତା ଦଳ ।

    ଏଥିସହ ଗଣଦୌଡ଼, ରକ୍ତଦାନ ଶିବିର, ସଭା ସାଙ୍ଗକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ । ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ୨୦୨୪ ନିର୍ବାଚନ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ। ଗତଥର ପୁରୀରେ ବିଜେଡିର ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା।

    ବିଜେଡି ୨୫ କି ୫୦ ନୁହେଁ, ମାଆମାନଙ୍କ ଆଶୀର୍ବାଦ ରହିଲେ ବିଜେଡି ରାଜ୍ୟବାସୀଙ୍କର ଶହେବର୍ଷ ସେବା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନିକଟରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଗୁରୁମନ୍ତ୍ର ଦେଇଥିଲେ ନବୀନ । ବିଜେଡି ଦେଶରେ ସବୁଠୁ ସଫଳ ସାମାଜିକ-ଅର୍ଥନୈତିକ ଆନ୍ଦୋଳନ ବୋଲି କହିଥିଲେ। ଆଜି ପ୍ରତିଷ୍ଠା ଦିବସରେ କଣ ବଡ଼ ବାର୍ତ୍ତା ଦେବେ ତାଉପରେ ନଜର ରହିଛି । ଓଡ଼ିଶାରେ ବିଜେଡି ଲଗାତାର ୫ଥର ଜିତି ଏବେ ଷଷ୍ଠଥର ପାଇଁ ସେବା କରିବା ପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରୟାସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    39 %
    1.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ