Monday, September 14, 2026
28.8 C
Odisha

    ୨୭ରେ କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ, ଯୋଗ ଦେବେ ବଲିଉଡ ଅଭିନେତ୍ରୀ ପୁନମ୍‍ ଧୀଲନ୍‍ ଓ ଦୀପଶିଖା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୩ତମ ସଂସ୍କରଣର ସେମିଫାଇନାଲ୍‍ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଗ୍ରାଣ୍ଡ ଫିନାଲେ ୨୭ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଆଞ୍ଚଳିକ ଅଡିସନ୍‌ରୁ ମନୋନୀତ ହୋଇଥିବା ୨୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ବିଭିନ୍ନ ବିଭାଗରୁ ୧୦ଜଣଙ୍କୁ ମନୋନୀତ କରାଯିବା ସହ ଶ୍ରେଷ୍ଠ ୩ଜଣଙ୍କୁ କିଟ୍‍ ନହ୍ନିପରୀ ଟାଇଟଲ୍‍, ପ୍ରଥମ ରନର୍ସଅପ୍‍ ଓ ଦ୍ୱିତୀୟ ରନର୍ସ ଅପ୍‍ ଟାଇଟଲ୍‍ ପ୍ରଦାନ କରାଯିବ ।

    ଚଳିତବର୍ଷ ଅଗଷ୍ଟ ମାସରୁ ନଭେମ୍ବର ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟରେ ଏଥିପାଇଁ ଆଞ୍ଚଳିକ ଅଡିସନ୍‍ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷର ମୁଖ୍ୟ ଆକର୍ଷଣ ଅଛନ୍ତି ବଲିଉଡ ଅଭିନେତ୍ରୀ ପୁନମ୍‍ ଧୀଲନ୍‍ ଓ ଦୀପଶିଖା । ଗ୍ରାଣ୍ଡ ଫିନାଲେରେ ସେମାନେ ଅତିଥି ଭାବେ ଯୋଗଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ । ଅନ୍ୟ ଅତିଥିଙ୍କ ମଧ୍ୟରେ ନବଭାରତ ଟାଇମ୍‍ସର ସମ୍ପାଦିକା ରେଖା ଖାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ।

    ଏହି ପ୍ରତିଯୋଗିତାରେ ମୋଟ ୪୧ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରଖାଯାଇଛି । ନହ୍ନିପରୀ ଟାଇଟଲ୍‍ ବିଜେତାଙ୍କୁ ନଗଦ ୩ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଆକାରରେ ପ୍ରଦାନ କରାଯିବାକୁ ଥିବା ବେଳେ ସେ କିଟ୍‌ରେ ପାଠ ପଢ଼ିଲେ ତାଙ୍କର ଶହେ ପ୍ରତିଶତ ଫି’ ଛାଡ଼ ଅର୍ଥାତ୍ ସର୍ବାଧିକ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡ଼ ହେବ ।

    ପ୍ରଥମ ରନର୍ସ ଅପ୍‌ଙ୍କୁ ନଗଦ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହ ଏବଂ ସେ କିଟ୍‌ରେ ପାଠ ପଢିଲେ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ଛାଡ଼ କରାଯିବ । ଦ୍ୱିତୀୟ ରନର୍ସ ଅପ୍ ପାଇଁ ୫୦ ହଜାର ଟଙ୍କା ନଗଦ ଅର୍ଥରାଶି ସହ ସେ କିଟ୍‌ରେ ପାଠ ପଢିଲେ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ଛାଡ଼ କରାଯିବ।

    ସେହିପରି ପ୍ରତିଯୋଗିତାର ମିସ୍ ରାପୁଞ୍ଜେଲ୍‌, ମିସ୍ ଫଟୋଜେନିକ୍‌, ମିସ୍ ସେଲ୍‌ଫି (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌), ମିସ୍ ଫେସନ୍ ଗାର୍ଲ, ମିସ୍ ୱିଜ୍‌କିଡ଼୍‌, ମିସ୍ ସିଣ୍ଡ୍ରେଲା, ମିସ୍ ଉର୍ବଶୀ, ମିସ୍ କ୍ୟାଟ୍‌ୱାକ୍‌, ମିସ୍ ମୋନାଲିସା ଏବଂ ମିସ୍ ଆକ୍‌ଟିଭ୍ ଆଦି ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିବା ପ୍ରତିଯୋଗୀଙ୍କ ପାଇଁ ମଧ୍ୟ ଅର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି । ୨୦୦୧ ମସିହାରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା କିଟ୍ ନହ୍ନିପରୀ ପ୍ରତିଯୋଗିତା ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତା ଓ ପରାମର୍ଶ କ୍ରମେ ଏବେ ସମଗ୍ର ଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ