Sunday, May 5, 2024
25.7 C
Odisha

    ମୋଦି ଗ୍ୟାରେଂଟିର ଚିହ୍ନ ପଦ୍ମ: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୫/୦୧: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ, ମହିଳା, ଚାଷୀ, ଯୁବକ, ଜନଜାତି, ଦଳିତ ତଥା ପଛୁଆବର୍ଗଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଗାଁ ଗାଁରେ ମୋଦି ଗ୍ୟାରେଂଟି ପହଂଚାଇବା ପାଇଁ ‘କାନ୍ଥ ଲିଖନ’ ଅଭିଯାନ ଆରମ୍ଭ ହୋଇଛି । ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଅଧିକ ଆସ୍ଥାଭାଜନ ହେବ ଭାରତୀୟ ଜନତା ପାର୍ଟି ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ । ସାଢ଼େ ଚାରିକୋଟି ଓଡିଆଙ୍କ ସମେତ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାର ଚିହ୍ନ ହେଉଛି ପଦ୍ମ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୫୫ ଠାରେ ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପଦ୍ମଚିହ୍ନ ଆଙ୍କିଛନ୍ତି ଶ୍ରୀ ସାମଲ । ୨୦୧୪ ଏବଂ ୨୦୧୯ରେ ବିଜେପି ପାର୍ଟିକୁ ଦେଶର ଲୋକମାନେ ପୂର୍ଣ୍ଣ ଆର୍ଶୀବାଦ ଦେଇଛନ୍ତି । ଗତ ୧୦ବର୍ଷ ମଧ୍ୟରେ ଦେଶରେ ବିକାଶର ନୂତନ ଦିଗ ଆରମ୍ଭ ହୋଇଥିଲା । ବିଶ୍ୱରେ ନିଜକୁ ପ୍ରତିଷ୍ଠିତ କରି ଭାରତ ଏକ ଲମ୍ଫ ନେଇଛି । ଏହି ଲମ୍ଫକୁ ଦ୍ରୁତ ଗତିରେ ଆଗକୁ ନେବାକୁ ପଡିବ । ଦେଶରେ ସ୍ଥିରତା ଏବଂ ସ୍ଥିର ସରକାରର ଆବଶ୍ୟକତା ରହିଛି । ତେଣୁ ବିଜେପି ‘କାନ୍ଥ ଲିଖନ’ ଅଭିଯାନ ମାଧ୍ୟମରେ ଦେଶବାସୀଙ୍କୁ ନିବେଦନ କରୁଛି ପୁଣି ଥରେ ମୋଦି ସରକାରଙ୍କୁ ଶାସନକୁ ଆଣିବା ପାଇଁ ବୋଲି ଶ୍ରୀ ସାମଲ କହିଛନ୍ତି ।
    ଏହି ‘କାନ୍ଥ ଲିଖନ’ ଅଭିଯାନ ମାଧ୍ୟମରେ ୨୦୨୪ରେ ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ଜନତାଙ୍କୁ ନିବେଦନ କରୁଛୁ । ଫଳରେ ଦେଶରେ ସ୍ଥିର ବିକାଶ ହୋଇପାରିବ । ସମର୍ଥନ, ବିକାଶ, ବିଶ୍ୱାସ ଏବଂ ଦେଶରେ ଅନ୍ତର୍ଭୁକ୍ତ କରି ସମସ୍ତଙ୍କ ଉଦ୍ୟମକୁ ଆଗକୁ ବଢ଼ାନ୍ତୁ । କାନ୍ଥରେ ଲେଖାଯାଇଥିବା ପ୍ରତ୍ୟେକ ବାକ୍ୟ ଦଳର ପ୍ରତିବଦ୍ଧତା ଏବଂ ସଂକଳ୍ପର ପ୍ରତୀକ ଅଟେ । ଦଳ ଦେଇଥିବା ପ୍ରତିଶ୍ରୁତି ତଥା କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ ଉଲ୍ଳେଖ କରାଯିବ । ମୋଦିଜୀଙ୍କ ସ୍ଲୋଗାନରୁ ଆରମ୍ଭ ହୋଇଥିବା ‘କାନ୍ଥ ଲିଖନ’ ଅଭିଯାନ ପ୍ରତ୍ୟେକ କାର୍ଯ୍ୟକର୍ତା ସଫଳ କରିବା ଉଚିତ ବୋଲି ଶ୍ରୀ ସାମଲ କହିଛନ୍ତି ।
    ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜାରାଣୀ ମଣ୍ଡଳର ସଭାପତି ଅମରଜ୍ୟୋତି ଜଗଦେବ, ଦିଲୀପ ବେହେରା, କୁନ୍ତଳା ସାହୁ, ସିଦ୍ଧାର୍ଥ ଦାସ, ସ୍ୱୟମ୍ଭୁ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.7 ° C
    25.7 °
    25.7 °
    58 %
    1.3kmh
    33 %
    Sun
    43 °
    Mon
    44 °
    Tue
    40 °
    Wed
    40 °
    Thu
    39 °

    ସମ୍ବନ୍ଧିତ