Monday, August 31, 2026
24.4 C
Odisha

    ପ୍ରଭୁ ଶ୍ରୀ ରାମଲାଲାଙ୍କ ଦର୍ଶନ ଓ ଆଶିଷ ପାଇବା ପାଇଁ ଅଯୋଧ୍ୟା ଗଲା ପ୍ରଥମ ସ୍ୱତନ୍ତ୍ର ଟ୍ରେନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୬/୦୨: ୫୦୦ବର୍ଷର ଅନ୍ତ ଘଟାଇ ଗତ ଜାନୁୟାରୀ ୨୨ତାରିଖ ଦିନ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଦର୍ଶନ ଓ ଆଶିଷ ପାଇବା ସହ ଏଭଳି ଐତିହାସିକ ମୁହୂର୍ତକୁ ସ୍ମରଣୀୟ କରିବା ପାଇଁ ବର୍ତମାନ ଶ୍ରଦ୍ଧାଳୁଙ୍କ ସୁଅ ଅଯୋଧ୍ୟାକୁ ଛୁଟୁଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଚିରସ୍ମରଣୀୟ କରିବା ପାଇଁ ଓଡ଼ିଶାବାସୀଙ୍କ ମନରେ ଅନେକ ଉତ୍କଣ୍ଠା ପ୍ରକାଶ ପାଇଥିଲା । ରାଜ୍ୟର ଅଗଣିତ ରାମଭକ୍ତଙ୍କ ଉତ୍କଣ୍ଠା ଓ ଆଗ୍ରହକୁ ସମ୍ମାନ ଜଣାଇ ଏବଂ ଦର୍ଶନକୁ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ରେଳ ବିଭାଗର ସହଯୋଗରେ ଆଜିଠାରୁ ଅଯୋଧ୍ୟାକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଏହି କ୍ରମରେ ଓଡ଼ିଶାର ରାମଭକ୍ତଙ୍କ ପାଇଁ ଆଜି ଅଯୋଧ୍ୟାକୁ ଗଡିଛି ‘ଭୁବନେଶ୍ୱର-ଦର୍ଶନ ନଗର (ଅଯୋଧ୍ୟା) ଆସ୍ଥା ସ୍ପେଶିଆଲ ଟ୍ରେନ’ । ୧୫ଶହରୁ ଊର୍ଦ୍ଧ୍ୱ ରାମ ଭକ୍ତ ଏହି ଟ୍ରେନ ଯୋଗେ ଭୁବନେଶ୍ୱରରୁ ଅଯୋଧ୍ୟା ଯାତ୍ରା କରିଛନ୍ତି । ଏହି ସ୍ୱତନ୍ତ୍ର ଟ୍ରେନଟି ଆସନ୍ତାକାଲି ୭ତାରିଖ ସକାଳେ ଅଯୋଧ୍ୟାରେ ପହଂଚିବ ଏବଂ ୨୪ଘଂଟା ରହଣି ପରେ ୮ତାରିଖ ଦିନ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତନ କରି ୯ତାରିଖ ଦିନ ଭୁବନେଶ୍ୱରରେ ପହଂଚିବ । ଆଜିର ଏହି ଯାତ୍ରାରେ ପୁରୀ, ନୟାଗଡ ଏବଂ ଜଗତସିଂହପୁର ଜିଲ୍ଲାର ରାମଭକ୍ତମାନେ ଗସ୍ତ କରିଥିବାବେଳେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରୁ ରାମଭକ୍ତମାନେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀ ରାମଲାଲାଙ୍କ ଦର୍ଶନ କରିବେ ।
    ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଂଚି ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର, ଦିଲୀପ ମଲ୍ଲିକ, ପ୍ରଭାତୀ ପରିଡା, ସୁକାନ୍ତ ପାଣିଗ୍ରାହୀ, ଆଶ୍ରିତ ପଟ୍ଟନାୟକ, ସୁଜିତ୍ କୁମାର ଦାସ୍‌, ଅଭିଳାଷ ପଣ୍ଡା, ଅଶୋକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    95 %
    2.7kmh
    100 %
    Mon
    24 °
    Tue
    26 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ