Wednesday, October 14, 2026
22.4 C
Odisha

    ଓଁ ଶୈଳୀରେ ମନ୍ଦିର, ୧୯ରେ ପ୍ରତିଷ୍ଠା ଉତ୍ସବ

    ଆଗକୁ ପଢନ୍ତୁ

    ନିର୍ମାଣ ହୋଇଛି ଦେଶର ପ୍ରଥମ ଓଁ ଶୈଳୀର ମନ୍ଦିର। ରାଜସ୍ଥାନର ପାଲି ଜିଲ୍ଲା ଜାଡାନ ଗାଁରେ ତିଆରି ହୋଇଛିଏହି ମନ୍ଦିର। ପ୍ରାୟ ୨୫୦ ଏକର ଜମିରେ ନିର୍ମିତ ହୋଇଥିବା ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୯ ତାରିଖରେ ହେବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି।

    ୧୯୯୫ ମସିହାରେ ଏହି ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। ଏହି ୪ ମହଲା ବିଶିଷ୍ଟ ମନ୍ଦିରର ୧୦୮ ସ୍ତମ୍ଭରେ ୩୦୦ ମୂର୍ତ୍ତି ଲଗାଯାଇଛି। ମନ୍ଦିରରେ ୧ ହଜାର ୮ଟି ଶିବ ମୂର୍ତ୍ତି ରହିଛି। ୧୨ଟି ଜ୍ୟୋତିର୍ଲିଙ୍ଗ ଥିବା କୁହାଯାଉଛି।

    ପୁରା ମନ୍ଦିର ୨ ହଜାରଟି ସ୍ତମ୍ଭରେ ନିର୍ମାଣ କରାଯାଇଛି। ଆକାଶ ମାର୍ଗରୁ ମନ୍ଦିରଟିକୁ ଦେଖିଲେ ବେଶ୍ ଆକର୍ଷଣୀୟ ଲାଗୁଛି।

    ମନ୍ଦିରର ନିର୍ମାଣ କରିଛନ୍ତି ଓମ୍ ଆଶ୍ରମର ମୁଖ୍ୟ ବୋଲି କୁହାଯାଉଥିବା ସ୍ୱାମୀ ମହେଶ୍ୱରାନନ୍ଦ ମହାରାଜ। ଆଧ୍ୟାତ୍ମିକ ଗୁରୁ ଭାବେ ଜଣାଶୁଣା ସ୍ୱାମୀ ମହେଶ୍ୱରାନନ୍ଦ ମହାରାଜଙ୍କର ସାରା ବିଶ୍ୱରେ ଅନୁଗାମୀ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ