Sunday, September 20, 2026
28.3 C
Odisha

    ବିଜେପି ସରକାରକୁ ଆସିଲେ ଚାଷୀ ପାଇବ ୩୧ଶହ ଟଙ୍କା ପ୍ରତି କ୍ୱିଂଟାଲ ଧାନ ପିଛା: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୬/୦୨: ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଚାଷୀମାନଙ୍କର ଆୟକୁ ଦୁଇଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନାରେ ଦେଶର ସମସ୍ତ ରାଜ୍ୟ ଚାଷୀମାନେ ଉପକୃତ ହେଉଥିବାବେଳେ ଓଡିଶାର ଚାଷୀ ଏଥିରୁ ବଂଚିତ ହେଉଛନ୍ତି । ଓଡିଶା ସରକାର କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ ଦୁର୍ନୀତି, ଧାନମଣ୍ଡୀରେ ବ୍ୟାପକ ଅବ୍ୟବସ୍ଥା ଓ ଧାନ କିଣାରେ ୫କିଲୋ ରୁ ୧୦କିଲୋ କଟନି ଛଟନି କରୁଥିବା, ଶୀତଳ ଭଣ୍ଡାର କରିବାରେ ବିଫଳତା, ଚାଷ ଜମିକୁ ଜଳସେଚନ କରିବାରେ ସଂପୂର୍ଣ୍ଣ ବିଫଳତା, କୃଷି ଋଣ କାରବାରରେ ବ୍ୟାପକ ଜାଲିଆତି, ଚାଷୀ ଆତ୍ମହତ୍ୟା ବିଷୟରେ ବିଜେପି କୃଷକମୋର୍ଚ୍ଚା ଓଡିଶାର ୧୦ହଜାର ଗ୍ରାମକୁ ଯାଇ କୃଷକ ପଂଚାୟତ କରିବା ସହିତ ଘର ଘର ସମ୍ପର୍କ କାର୍ଯ୍ୟାକ୍ରମ ବ୍ୟାପକଭାବେ କରି ଜନମତ ଜାଗ୍ରତ କରିବ । ଓଡ଼ିଶାରେ ଆଗାମୀ ନିର୍ବାଚନରେ ବିଜେପି ସରକାରକୁ ଆସିଲେ ଧାନ କୁଇଂଟାଲ ପ୍ରତି ୩୧ ଶହ ଟଙ୍କାରେ ଚାଷୀମାନଙ୍କଠାରୁ କିଣିବ । କୃଷି ପାଇଁ ବ୍ୟବହୃତ ବିଦ୍ୟୁତକୁ ମାଗଣାରେ ଚାଷୀମାନଙ୍କୁ ପ୍ରଦାନ କରାଯିବ । ଚାଷୀ ତାର ଫସଲର ଲାଭକାରୀ ମୂଲ୍ୟ ପାଇବା ପାଇଁ ବ୍ୟବସ୍ଥା କରାଯିବ । ପ୍ରାକୃତିକ ବିପର୍ଯ୍ୟୟରେ ଫସଲହାନିର ଶତପ୍ରତିଶତ କ୍ଷତିପୂରଣ ଚାଷୀକୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ଓଡିଶା ରାଜ୍ୟର ସମସ୍ତ ପଂଚାୟତରେ ଗ୍ରାମ ପରିକ୍ରମା ଚାଲ ଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେପି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ମାନସ ମହାନ୍ତି ଉପସ୍ଥିତ ରହି ସାରା ରାଜ୍ୟରେ ଗ୍ରାମ୍ୟ ପରିକ୍ରମା ଚାଲ ଅଭିଯାନ କାର୍ଯ୍ୟକ୍ରମକୁ ବ୍ୟାପକଭାବେ କରାଯିବା ସହିତ, କୃଷକମାନଙ୍କର ଆୟକୁ ଦୁଇଗୁଣା କରିବା ପାଇଁ ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଶାସନ କାଳରେ କୃଷକ କଲ୍ୟାଣକାରୀ ଯୋଜନା ବିଷୟରେ କୃଷକ ପଂଚାୟତ କରି ଲୋକମାନଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବ୍ୟାପକଭାବେ କରିବା ପାଇଁ ପରାମର୍ଶ ଦେଇଥିଲେ । ନବୀନ ପଟ୍ଟନାୟକ ୨୪ବର୍ଷ ଶାସନରେ ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର ଓ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଜନମତ ଜାଗ୍ରତ କରିବାକୁ ଆହ୍ୱାନ ଦେଇଥିଲେ ।
    ଏହି ବୈଠକରେ ବିଜେପି କୃଷକ ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ହୃଷୀକେଶ ଜେନା, ପ୍ରଦୀପ କୁମାର ପତ୍ରି, ହଲପାଣି ମାଝୀ, ବିପଦ ଭଞ୍ଜନ ଦାସ, ଅଶୋକ କୁମାର ରଥ, ଜଗନ୍ନାଥ ମହାପାତ୍ର, ମନୋଜ କୁମାର ସାହୁ, ଉପେନ୍ଦ୍ର ରାଉଲ, କୈଶିକ ଚାନ୍ଦ, ଅଜୟ କୁମାର ପ୍ରଧାନ, ଭାଗିରଥି ସିଂ, ଶ୍ରୀନିବାସ ପ୍ରଧାନ, ବିକ୍ରମ କୁମାର ପ୍ରଧାନ, ବିକ୍ରମ କେଶରୀ ରାଉତରାୟ, ଶିବ ମିଶ୍ର, ବିଶ୍ୱଜିତ୍ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    79 %
    1.6kmh
    100 %
    Sun
    28 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ