Friday, May 3, 2024
29 C
Odisha

    ବିଜେଡି ସରକାରର ଅପାରଗତା ପାଇଁ ରାଜ୍ୟରେ ଶିଶୁ, ନାବାଳିକା ଏବଂ ମହିଳା ଅସୁରକ୍ଷିତ : ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୩/୦୩: ଓଡ଼ିଶାରେ ପ୍ରତ୍ୟେକ ଦିନ ମହିଳା ଓ ନାବାଳିକାମାନଙ୍କ ପ୍ରତି ଦୁଷ୍କର୍ମ, ଗଣଦୁଷ୍କର୍ମ, ହିଂସା ଓ ହତ୍ୟା ମାମଲା ବଢ଼ିବାରେ ଲାଗିଛି । ନାବାଳିକା ଅପହରଣ, ଦୁଷ୍କର୍ମରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅଳଙ୍କୃତ କରିବା ଦୁର୍ଭାଗ୍ୟଜନକ । ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ବଢ଼ୁଥିବା ହିଂସା ଓ ହତ୍ୟା ନେଇ ରାଜ୍ୟ ସରକାରଙ୍କ ନିରବତା ଚିନ୍ତାଜନକ । ରାଜ୍ୟ ସରକାର ମହିଳାଙ୍କ ପ୍ରତି ଘଟୁଥିବା ହିଂସା ପ୍ରତି ଆଦୌ ସମ୍ବେଦନଶୀଳ ନୁହନ୍ତି କି ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଓଡ଼ିଶାରେ ମହିଳା, ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଓଡ଼ିଶାର ଏକ ବଡ ବେମାରୀ ହୋଇ ଠିଆହୋଇଛି । ଏହା ରାଜ୍ୟର ପ୍ରଥମ ଘଟଣା ନୁହେଁ ପ୍ରତ୍ୟେକ ଦିନ ସକାଳେ ଖବର କାଗଜ ଓଲଟାଇଲେ ମହିଳା ଓ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ନଜରକୁ ଆସୁଛି । ରାଜ୍ୟ ସରକାର ଏଥିପ୍ରତି ଆଦୌ ଚିନ୍ତିତ ନୁହଁନ୍ତି । ଦିନକୁ ଦିନ ଏହା ଏକ ବ୍ୟାଧିଭଳି ବ୍ୟାପିବାରେ ଲାଗିଛି । ଗତ ଦୁଇଦିନ ତଳେ ଢେଙ୍କାନାଳ ଜିଲ୍ଲାରେ ଜଣେ ନାବାଳିକା (+୨ବିଜ୍ଞାନ ଛାତ୍ରୀ)ଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ କିଛି ଦୁର୍ବୃତ । ନାବାଳିକାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗତକାଲି ମହିଳାମୋର୍ଚ୍ଚା ରାଜ୍ୟ ସଭାପତି ଡା.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ଢେଙ୍କାନାଳ ଜିଲ୍ଲା ମଙ୍ଗଳପୁର ମଜୁରୀଛକ ମୃତ ସ୍ଥଳକୁ ଯିବା ସହ ପରିବାରକୁ ଭେଟି ଆଲୋଚନା କରିଥିଲେ । ନାବାଳିକା ମୃତ ଛାତ୍ରୀଙ୍କ ନାମ ଜସ୍ମିନ ସାହୁ । ସେ କୁଞ୍ଜକାନ୍ତ ସ୍ଥିତ ଏକ ଘରୋଇ କୋଚିଂ ସେଂଟରକୁ ଯିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକୁ ୪୮ ଘଂଟା ବିତିଯାଇଥିଲେ ମଧ୍ୟ ଏସଡିପିଓ ଓ ଅନ୍ୟ ପୋଲିସ ଅଧିକାରୀମାନେ ଏଯାଏଁ ହତ୍ୟାର କାରଣ ସ୍ପଷ୍ଟ କରିପାରିନଥିବା ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା.ବିଶ୍ୱାଳ କହିଛନ୍ତି ।
    ଢେଙ୍କାନାଳର ବିଜ୍ଞାନ ଛାତ୍ରୀ ଜସ୍ମିନ ସାହୁଙ୍କ ହତ୍ୟା ଭଳି ଓଡ଼ିଶାର ପୂର୍ବରୁ କେନ୍ଦ୍ରାପଡାର କୁଦାନଗରୀ କଲେଜରୁ ଜଣେ ଛାତ୍ରୀଙ୍କୁ ନିଶାଦେଇ କଟକର ଏକ ହୋଟେଲକୁ ନେଇ ଗଣଦୁଷ୍କର୍ମ କରଯାଇଥିଲା । ସେହିପରି ନବରଙ୍ଗପୁରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଷଷ୍ଠ ଶ୍ରେଣୀର ନାବାଳିକା ଛାତ୍ରୀ ସମେତ ପରୀ, ମମିତା ମେହେରଙ୍କ ଭଳି ଅନେକ ଶିଶୁ ଓ ନାବାଳିକା ହତ୍ୟାର ଶିକାର ହୋଇଥିଲେ ମଧ୍ୟ ଏଯାଏଁ ତାଙ୍କ ପରିବାକୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ପୋଲିସ ଓ ବିଜେଡି ସରକାରର ଅପାରଗତା ପାଇଁ ରାଜ୍ୟରେ ଶିଶୁ, ନାବାଳିକା ଏବଂ ମହିଳା ଉତ୍ପୀଡନର ଶିକାର ହେବା ସହ ହତ୍ୟାର ଶିକାର ହେଉଛନ୍ତି । ରାଜ୍ୟ ସରକାର ମହିଳାଙ୍କ ପ୍ରତି ନିର୍ଦୟ ନହୋଇ ତୁରନ୍ତ ନାବାଳିକା ଜସ୍ମିନଙ୍କ ହତ୍ୟାର ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ । ଅଭିଯୁକ୍ତକୁ ପସ୍କୋ ଆଇନରେ ମୃତ୍ୟୁ ଦଣ୍ଡ ଦିଆଯାଉ ବୋଲି ଡା. ବିଶ୍ୱାଳ ଦାବି କରିଛନ୍ତି ।
    ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ଓଡ଼ିଶାରେ ମାତ୍ର ୯.୩ ପ୍ରତିଶତ ମହିଳା ହିଂସାରେ ଅଭିଯୁକ୍ତକୁ ଦଣ୍ଡ ଦିଆଯାଉଛି । ୨୦୨୧ ତୁଳନାରେ ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ ଅଛି ଓ ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଅଛି । କିନ୍ତୁ ଓଡିଶାର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ମହିଳା ବିରୋଧୀ ହିଂସାରେ ଓଡିଶା ୧ନଂ ରାଜ୍ୟ । ମହିଳା ସୁରକ୍ଷା ପାଇଁ ଗଠିତ ନିର୍ଭୟା ପାଣ୍ଠିର ସଠିକ୍ ବିନିଯୋଗ କରାଯାଉ ବୋଲି ଡା. ବିଶ୍ୱାଳ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳାମୋର୍ଚ୍ଚା ରାଜ୍ୟ ସମ୍ପାଦିକା ସୁଚିଶ୍ମିତା ପାତ୍ର ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    25 %
    1.6kmh
    0 %
    Thu
    29 °
    Fri
    43 °
    Sat
    43 °
    Sun
    45 °
    Mon
    44 °

    ସମ୍ବନ୍ଧିତ