Friday, May 3, 2024
27.8 C
Odisha

    ମୋଦିଙ୍କ ଗ୍ୟାରେଂଟିରେ ‘ରେଳବାଇର ଭିତିଭୂମି ଅଭିବୃଦ୍ଧି’ ଓଡ଼ିଶାର ପ୍ରଗତିକୁ ତ୍ୱରାନ୍ୱିତ କରିବ : ଦିଲୀପ ମଲ୍ଲିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୨/୦୩: ମୋଦି ସରକାରଙ୍କ ଶାସନରେ ରେଳ ସେବା କ୍ଷେତ୍ରରେ ଓଡିଶାର ଅଦ୍ଭୁତପୂର୍ବ ଅଗ୍ରଗତି ଘଟିଛି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ଯାହାର ଭିତିପ୍ରସ୍ତର କରନ୍ତି ତାହାର ଉଦ୍‌ଘାଟନ ମଧ୍ୟ କରନ୍ତି । ପ୍ରତିଶ୍ରୁତି ଦେଇ ତାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କଠାରୁ ଆଗରେ । ଯେଉଁଥିପାଇଁ ଓଡିଶାରେ ଆଜି ରେଳ ଯୋଗାଯୋଗର ବ୍ୟାପକ ହେବା ସହ ସବୁ ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିଛି । ବର୍ଷ ବର୍ଷ ଧରି ହୋଇନଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ଆଉ ଅଳ୍ପ ଦିନରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଓଡିଶାରେ ଚାଲିଲା ତୃତୀୟ “ବନ୍ଦେ ଭାରତ ଏକ୍ସପ୍ରେସ୍‌” ଟ୍ରେନର ଲୋକାର୍ପଣ କରିଛନ୍ତି । ସେଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ।
    ଓଡିଶାରେ ଗଡିଲା ତୃତୀୟ “ବନ୍ଦେ ଭାରତ ଏକ୍ସପ୍ରେସ୍‌” । ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ର ପୁରୀରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମ୍‌କୁ ସଂଯୋଗ କରିବ ଏହି “ବନ୍ଦେ ଭାରତ” । ସିଧାସଳଖ ଭାବେ ଓଡିଶାର ପର୍ଯ୍ୟଟନ ଉପରେ ବିକାଶ ଆଣିବ । ପୁରୀ, ଚିଲିକା ହ୍ରଦ, କୋଣାର୍କକୁ ଦକ୍ଷିଣ ଭାରତ ସହିତ ଯୋଡିବ, ଯାହାକି ଦକ୍ଷିଣ ଓଡିଶା ଲୋକମାନଙ୍କର ପ୍ରମୁଖ ଦାବୀ ଥିଲା । ସେହିପରି ଦେଶରେ ୪୧ଟି ‘ୱାନ୍ ଷ୍ଟେସନ ୱାନ୍ ପ୍ରଡକ୍ଟ’ ଷ୍ଟଲ୍‌କୁ ଉତ୍ସର୍ଗ କରାଯାଇଛି । ସେଥିରେ ଅନୁଗୁଳ, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍‌, ବାଲୁଗାଁ, ଢେଙ୍କାନାଳ, ଭଦ୍ରକ, ଛତ୍ରପୁର ପ୍ରଭୁତି ଷ୍ଟେସନରେ ଏହି ଷ୍ଟଲ୍ ଗୁଡିକ ଖୋଲାଯାଇଛି । ଯଦ୍ୱାରା ରାଜ୍ୟର ହସ୍ତ ଶିଳ୍ପ, ବୟନ ଶିଳ୍ପ, କଳାକୃତି, ପାରମ୍ପରିକ ପୋଷାକ ଏବଂ ଆଂଚଳିକ କୃଷି ଜାତ ଦ୍ରବ୍ୟ ଯଥା- ମିଲେଟ୍ସ ପ୍ରଭୁତି ଏହି ଷ୍ଟଲ ମାନଙ୍କରେ ଉପଲବ୍ଧ ହେବ । ଯଦ୍ୱାରା ଓଡିଶାର ଉତ୍ପାଦିତ ଦ୍ରବ୍ୟ ବିଶ୍ୱ ଦରବାରରେ ପହଂଚିପାରିବ । ସେହିପରି ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ପ୍ରମୁଖ ଷ୍ଟେସନରେ ଖୋଲିଯିବା ରେଳ ଷ୍ଟେସନ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବିଶେଷ ସହାୟକ ହେବ । ସୁଲଭ ମୂଲ୍ୟରେ ଉପଲବ୍ଧ ଗୁଣାତ୍ମକ ଔଷଧ ଓ ଉପଯୁକ୍ତ ସାମଗ୍ରୀ ଉପଲବ୍ଧ ହେବା ସହିତ ଏହା ରୋଜଗାରର ସୁଯୋଗ ସୃଷ୍ଟି କରିବ ।
    ୯ଟି ନୂତନ ଲାଇନ୍ ପ୍ରକଳ୍ପ ଉତ୍ସର୍ଗ କରିବେ ସେଥିରେ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ପ୍ରକଳ୍ପ ଅନ୍ତର୍ଗତ ୨୩୪କୋଟିର ହରିଦାସପୁର-ବଇରି(୧୬.୮କିମି) ରେଳ ସେକ୍ସନ, କୋରାପୁଟ-ରାୟଗଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୩୧କୋଟିର ଦାମନ ଯୋଡି-ବାଇଗଡା(୧୪.୬କିମି), ଭିଜୟାନଗରମ-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୧୬୭କୋଟିର ସିଙ୍ଗାପୁର ରୋଡ-ରାୟଗଡା(୯୨.୨କିମି), କୋଟାଭାଲାସା-କୋରାପୁଟ ଦୋହରୀକରଣ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୧୨୩ କୋଟିର ସିମିଲିଗୁଡା-ଆରକୁ-ଗୋରାପୁର(୨୧.୬କିମି), କୋଟାଭାଲାସା-କୋରାପୁଟ ଦୋହରୀକରଣ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୪୭ କୋଟିର କୋଟା-ବୋଡାବରା, ବିଳାସପୁର-ଝାରସୁଗୁଡା ୪ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ ୫୫୦କୋଟିର ଝାରସୁଗୁଡା-ଜାମାଗା(୫୩କିମି), ବଣ୍ଡାମୁଣ୍ଡା-ରାଂଚି ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୬୧.୭୩କୋଟିର ଲିଙ୍କ ବି-ଲିଙ୍କ ସି ବଣ୍ଡାମୁଣ୍ଡା, ରାଂଚି-ବଣ୍ଡାମୁଣ୍ଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୨୯.୯୫କୋଟିର ନବଗାଓଁ-ଓରଗା(୬.୮କିମି), ନାରାୟଣଗଡ-ଭଦ୍ରକ ୪ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ ୩୬.୧୨କୋଟିର ରାଣୀତାଲ-ରାଣୀତାଲ (ଏଲ) ୪ର୍ଥ ଲାଇନ (୩କିମି) ରେଳ ସେକ୍ସନ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
    ଭାରତୀୟ ରେଳରେ ଆବଶ୍ୟକୀୟ ନବୀକରଣକୁ ପୂର୍ବବର୍ତୀ ସରକାର ସେଭଳି ବିଶେଷ ଗୁରୁତ୍ୱ ନଦେବା ଓ ଓଡ଼ିଶାକୁ ଅବହେଳା କରିବା, ଓଡ଼ିଶାବାସୀଙ୍କୁ ମର୍ମାହତ କରିଥିଲା । ଦେଶର ପ୍ରତ୍ୟେକ ପ୍ରାନ୍ତର ଉନ୍ନତୀକୁ ଅଗ୍ରାଧିକାର ଦେଉଥିବା ମୋଦି ସରକାର ରେଳ ନବୀକରଣର ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ହୋଇଛି “ମୋଦି ସରକାରଙ୍କ ଗ୍ୟାରେଂଟି” ମାଧ୍ୟମରେ । ଭାରତୀୟ ରେଳ ଦେଶରେ ଗମନା ଗମନ ଓ ପରିବହନ କ୍ଷେତ୍ରରେ ମୁଖ୍ୟ ଆଧାର ପାଲଟିବା ସହିତ, ଦେଶବାସୀଙ୍କ ବଡ ବଡ ସ୍ୱପ୍ନକୁ ବାସ୍ତବତାର ରୂପ ଦେବାରେ ସକ୍ଷମ ହୋଇଛି ଏହି “ମୋଦି ସରକାରଙ୍କ ଗ୍ୟାରେଂଟି” । ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଂଚଳର ରେଳ ଭିତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ନଜର ରଖିଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
    ଏହି ଅବସରରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.8 ° C
    27.8 °
    27.8 °
    26 %
    1.7kmh
    0 %
    Fri
    43 °
    Sat
    43 °
    Sun
    45 °
    Mon
    44 °
    Tue
    40 °

    ସମ୍ବନ୍ଧିତ