Sunday, October 18, 2026
29 C
Odisha

    ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର; ସରପଞ୍ଚଙ୍କୁ ମାସିକ ମିଳିବ ଏତିକି ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସରପଞ୍ଚମାନଙ୍କୁ ପୂର୍ବରୁ ମାସିକ ପୂର୍ବରୁ ୨୩୫୦ ଟଙ୍କା ମିଳୁଥିଲା ବେଳେ ଏବେ ସେମାନେ ୧୦ ହଜାର ଟଙ୍କା ମିଳିବ। ନାଏବ ସରପଞ୍ଚମାନେ ୯୪୦ ଟଙ୍କା ବଦଳରେ ୪ ହଜାର ଟଙ୍କା ପାଇବେ। ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ଦୈନିକ ଭତ୍ତା ୪୮୦ ଟଙ୍କାକୁ ବୃଦ୍ଧି ହୋଇଛି।

    ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଏଣିକି ଗ୍ରାମପଞ୍ଚାୟତର ସରପଞ୍ଚମାନେ ମାସିକ ୧୦ ହଜାର ଟଙ୍କା ପାଇବେ। ରାଜ୍ୟ ସରକାର ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି କରିଛନ୍ତି। ଜିଲ୍ଲା ପରିଷଦ ସଭାପତିଙ୍କୁ ଏଣିକି ମାସିକ ୩୦ ହଜାର ଟଙ୍କା ମିଳିବ। ସେହିପରି ଜିଲ୍ଲା ପରିଷଦ ଉପସଭାପତି ମାସିକ ୨୦ ହଜାର ଟଙ୍କା ପାଇବେ। ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ୧୫ ହଜାର ଟଙ୍କା ପାଇବେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟମାନଙ୍କୁ ୭୫୦୦ ଟଙ୍କା ମିଳିବ।

    ସୂଚନାଯୋଗ୍ୟ ଯେ ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ୭୯.୮୮ କୋଟି ଟଙ୍କା ଖର୍ଚ୍ଚ ହୋଉଥିଲା। ବର୍ଦ୍ଧିତ ରାଶି ଅନୁଯାୟୀ ଏବେ ୨୪୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏଥିପାଇଁ ୧୬୨.୬୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ। ଏହା ବ୍ୟତିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପଦବୀରେ ଥିବା ସମୟରେ ବିୟୋଗ ଘଟିଲେ ଅନୁକମ୍ପମୂଳକ ସହାୟତା ରାଶି ବାବଦରେ ୨ ଲକ୍ଷ ଟଙ୍କା ମିଳିବ । ଏହା ସହିତ ଦୂର୍ଘଟଣାଜନିତ ପୂର୍ଣ୍ଣ ଅକ୍ଷମତା କ୍ଷେତ୍ରରେ ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ। ସେହିପରି ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    61 %
    1.9kmh
    46 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ