Tuesday, April 30, 2024
42.9 C
Odisha

    ଆତ୍ମବିଶ୍ୱାସ ହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ : ସମୀର ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୭/୦୪: ଥରେ ନୁହେଁ, ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇକୋର୍ଟ ସ୍ପେଶିଆଲ ବେଂଚ ପ୍ରତିଷ୍ଠାଠାରୁ ଆରମ୍ଭ କରି ନୂତନ ଜିଲ୍ଲା ଘୋଷଣା, କଟନୀ ଛଟନୀ ଓ ଧାନର ଅଭାବୀ ବିକ୍ରୀ, ଧାନ କ୍ୱଂଟାଲ ପ୍ରତି ୧୦୦ଟଙ୍କା ବୋନସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଆବଂଟନ, ବରଗଡଠାରେ ସିମେଂଟ ଓ ଚିନି କାରଖାନା ବନ୍ଦ ହେବା ଆଦି ପ୍ରସଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ସଂପୂର୍ଣ୍ଣ ଦାୟୀ । ଏପରିକି ବିଜେପୁରରୁ ବିଧାୟକ ଭାବେ ମଧ୍ୟ ନିର୍ବାଚିତ କରାଇ ବିଧାନସଭାକୁ ପଠାଇଥିଲେ । ନିର୍ବାଚନ ଫଳାଫଳ ପରେ ସେହି ଆସନକୁ ଛାଡିଦେଇଥିଲେ । ନବୀନ ବାବୁଙ୍କ ଭେଳିକି ଓ ଚକ୍ରାନ୍ତକୁ ଓଡିଶାବାସୀ ହୃଦୟଙ୍ଗମ କରିସାରିଲେଣି । ଓଡିଶାବାସୀ ସବୁ ଦେଖୁଛନ୍ତି ଏବଂ ସଠିକ ସମୟରେ ଉଚିତ୍ ଜବାବ୍ ଦେବେ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
    ଏକାଧିକ ସ୍ଥାନରୁ ପ୍ରାର୍ଥୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ସ୍ୱାଧୀନତା ରହିଛି । କିନ୍ତୁ ଭୋଟ ପାଇ ନିର୍ବାଚିତ ହେବା ପରେ ନବୀନ ବାବୁ ସେ ଆସନକୁ ପରିତ୍ୟାଗ କରିଛନ୍ତି । ହିଂଜିଳିବାସୀଙ୍କୁ ମଧ୍ୟ ପ୍ରତାରଣା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ବାସ୍ତବରେ ଆତ୍ମବିଶ୍ୱାସ ହରାଇଛନ୍ତି । ଗୋଟିଏ ଆସନରୁ ଲଢି ନିଜ ଲୋକପ୍ରିୟତାକୁ ସ୍ପଷ୍ଟ କରୁନାହାନ୍ତି କାହିଁକି ? ନିଜ ଲୋକପ୍ରିୟତା ହ୍ରାସ ପାଉଥିବାର ଦେଖି ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅନ୍ୟ ସ୍ଥାନର ଆଶ୍ରୟ ନେଇଛନ୍ତି । ବିଜେପୁର ସମେତ ବାଲେଶ୍ୱର, ପିପିଲି, ଧାମନଗର, ପଦ୍ମପୁର ଉପନିର୍ବାଚନରେ “ମୁଁ ଦାୟୀତ୍ୱ” ନେଉଛି କହି ପରବର୍ତୀ ସମୟରେ କେବଳ ଧୋକା ଦେଇଛନ୍ତି । “ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର” ଗଠନ ହେବା ସୁନିଶ୍ଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.9 ° C
    42.9 °
    42.9 °
    17 %
    3.9kmh
    0 %
    Tue
    42 °
    Wed
    45 °
    Thu
    44 °
    Fri
    43 °
    Sat
    44 °

    ସମ୍ବନ୍ଧିତ