Tuesday, April 30, 2024
42.4 C
Odisha

    ବାଲେଶ୍ୱରରେ ହେଭିୱେଟଙ୍କ ଜୋରଦାର ଟକ୍କର ନେଇ ବଢୁଛି ଚର୍ଚ୍ଚା । ଭୋଟ୍ ହାତେଇବାକୁ ଆଶାୟୀଙ୍କ ପ୍ରୟାସ ଜାରି

    ଆଗକୁ ପଢନ୍ତୁ

    ଆଗକୁ ନିର୍ବାଚନ । ଏନେଇ ବାଲେଶ୍ୱର ରାଜନୀତି ମାହୋଲ ବେଶ ସରଗରମ ହୋଇପଡିଛି । ତିନି ପ୍ରମୁଖ ଦଳ ନିଜ ନିଜର ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛନ୍ତି । ବିଜେପିରୁ ପ୍ରତାପ ଷଡଙ୍ଗୀ ଓ ବିଜେଡିରୁ ଲେଖାଶ୍ରୀ ସାମନ୍ତସିଂହାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ପ୍ରତାପ ଷଡଙ୍ଗୀ ନିଜ ରଣନୀତି ଆରମ୍ଭ କରିଥିବା ବେଳେ ବିଭିନ୍ନ ସ୍ଥାନରେ ବୁଲି ବୁଲି କରୁଛନ୍ତି ପ୍ରଚାର । ତା ସହିତ ମିିଶ୍ରଣ ପର୍ବ କରି ଶକ୍ତି ଗୋଟାଉଛନ୍ତି । ଲଢେଇକୁ ନେଇ କମ୍ଫଟେବଲ ଫାଇଟ ହେବ ବୋଲି କହିଛନ୍ତି ପ୍ରତାପ ।

    ସେପଟେ କ୍ଷୀରଚେରା ମନ୍ଦିରରୁ ପୂଜା କରି ପ୍ରଚାର ଆରମ୍ଭ କରିଛନ୍ତି ଲେଖାଶ୍ରୀ । ଦିନେ ପ୍ରତାପଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଆଜି ବିପକ୍ଷରେ କରୁଛନ୍ତି ପ୍ରତିନ୍ଦ୍ୱନ୍ଦିତା । ମଇଦାନରେ ପ୍ରଶ୍ନରେ ଲଢେଇ ହେବ ବୋଲି କହିଛନ୍ତି ଲେଖାଶ୍ରୀ । ସେପଟେ ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ସ୍ୱାଗତ କରିବାକୁ ମନ୍ଦିରରେ ବିଜେଡି ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା ।

    ବିଜେଡି ଓ ବିଜେପି ଭଳି କଂଗ୍ରେସ ପାଇଁ ଶ୍ରୀକାନ୍ତ ଜେନାଙ୍କ ନାଁ ଘୋଷଣା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀକାନ୍ତ ପୂର୍ବରୁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିବା ବେଳେ ଏବେ ସେହି ମୁଦ୍ଦା ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଚାର ମଇଦାନକୁ ଓହ୍ଲାଇବା ସହ ବିଭିନ୍ନ ସଭା ସମିତିର ଆୟୋଜନ କରିଚନ୍ତି । ତେବେ ପାଖେଇ ଆସୁଛି ନିର୍ବାଚନ । ନେତା ମାନେ କିଭଳି ଭୋଟରଙ୍କ ସମର୍ଥନ ହାତେଇବେ ସେନେଇ ଜୋରଦାର ପ୍ରୟାସ ଚଳାଇଛନ୍ତି । ସେପଟେ ଭୋଟର କାହାକୁ ଭୋଟ୍ ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    42.4 ° C
    42.4 °
    42.4 °
    15 %
    5.1kmh
    50 %
    Tue
    42 °
    Wed
    45 °
    Thu
    44 °
    Fri
    43 °
    Sat
    44 °

    ସମ୍ବନ୍ଧିତ