Thursday, October 1, 2026
23.8 C
Odisha

    ଦିନିକିଆ ମୟୂରଭଞ୍ଜ ଗସ୍ତରେ ବିଜେପି ରାଜ୍ୟ ସଭାପତି

    ଆଗକୁ ପଢନ୍ତୁ

    ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃଢ କରିବା ସହିତ ମିଶ୍ରଣ ପର୍ବରେ ନବାଗତଙ୍କୁ ସ୍ବାଗତ ଜଣାଇ ନିଷ୍ଠାପର ଭାବେ ଦଳର ବିଜୟୀ ପାଇଁ କାର୍ଯ୍ୟକରିବାକୁ ଆହ୍ବାନ କରିଛନ୍ତି ଶ୍ରୀଯୁକ୍ତ ସାମଲ। ଆଜି ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟା ବ୍ଲକର କରକଚିଆ ଠାରେ “ଜନଆଶିର୍ବାଦ ଶୋଭା” କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେବାପରେ ବାରିପଦା ସ୍ଥିତ ଜିଲ୍ଲା ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶ୍ରୀ ସାମଲ । ଉକ୍ତ ମିଶ୍ରଣ ପର୍ବରେ ଶ୍ରୀଯୁକ୍ତ ସାମଲ ବିଜେପିର ନିର୍ବାଚନୀ ଇସ୍ତାହାର ବାବଦରେ ସମସ୍ତଙ୍କୁ ଅବଗତ କରାଇବା ସହ ମୋଦି ଗ୍ୟାରେଣ୍ଟିର ବାର୍ତ୍ତା ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଚଳିତ ନିର୍ବାଚନରେ ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ହେବାନେଇ ନିଜର ଦୃଢକ୍ତି ପ୍ରକାଶ କରିବା ସହ ବିଜେପି ସପଥ ଗ୍ରହଣ ପରେ ରାଜ୍ୟବାସୀଙ୍କ ପାଇଁ ବିଜେପିର ପ୍ରଥମ କାର୍ଯ୍ୟକ୍ରମ କଣ ରହିବ ସେନେଇ ନିଜ ଭାଷଣରେ ପ୍ରକାଶ କରିଥିଲେ । ତେବେ ଉକ୍ତ ମିଶ୍ରଣ ପର୍ବରେ ଜିଲ୍ଲାର ଏକ ଅଗ୍ରଣୀ ଯୁବସଂଗଠନ ‘ଭଞ୍ଜସେନା’ ରେ ଦୀର୍ଘ ବର୍ଷ ଧରି ଜିଲ୍ଲା ଯୁବସଭାପତି ଭାବେ କାର୍ଯ୍ୟ କରିଆସିଥିବା ସୌମ୍ୟ ରଞ୍ଜନ ମିଶ୍ର (ସୋମୁ) ତାଙ୍କର ହଜାର ହଜାର ସମର୍ଥକଙ୍କୁ ଦ୍ବାରା ତକତପୁର ଛକ ନିକଟରୁ ଏକ ବିଶାଳ ପଟୁଆରରେ ବାହାରି ବିଜେପି ର ଏହି ‘ମହାମିଶ୍ରଣ ପର୍ବରେ’ ଯୋଗଦେଇଥିଲେ । ସେହିପରି ବିଜେଡି ଦଳରୁ ମଧ୍ୟ ପୂର୍ବତନ ଯୁବନେତା ଶଙ୍କର୍ଷଣ ପଣ୍ଡା ଏବଂ ଅନେକ ବିଜେଡି କର୍ମୀ ମଧ୍ୟ ବିଜେଡି ଛାଡି ପଦ୍ମ ଧରିଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତାରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ଯୋଗଦାନ କରିଥିବା ନେଇ ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ