Thursday, September 19, 2024
23 C
Odisha

    “ବିକଶିତ ଓଡିଶା ତଥା ବିକଶିତ ଭାରତ” ରଥର ସାରଥି ଭାବେ ଶିକ୍ଷକ ସମାଜ ଅଗ୍ରଣୀ ଭୂମିକା ନିର୍ବାହ କରିବେ: ଲକ୍ଷ୍ମୀକାନ୍ତ ମିଶ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୬/୦୯: ଭାରତୀୟ ଜନତା ପାର୍ଟି ଶିକ୍ଷକ ପ୍ରକୋଷ୍ଠ, ଓଡିଶା ପ୍ରଦେଶର ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଗତ ତା-୧୫.୦୯.୨୦୨୪ରିଖରେ ରାଜ୍ୟ କାର୍ଯ୍ୟାଳୟରେ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ସେହି କର୍ମଶାଳାରେ ରାଜ୍ୟ ସଦସ୍ୟତା ଅଭିଯାନର ସହପ୍ରଭାରୀ ଶ୍ରୀଯୁକ୍ତ ଅଶୋକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଦସ୍ୟତା ଅଭିଯାନର ବିଭିନ୍ନ ବିନ୍ଦୁ ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ସମାଜ ବିକଶିତ ଓଡିଶା ତଥା ପୂର୍ବୋଦୟର କର୍ଣ୍ଣଧାର ଅଟନ୍ତି ବୋଲି ମତ ରଖିଥିଲେ । “ବିକଶିତ ଓଡିଶା ତଥା ବିକଶିତ ଭାରତ” ରଥର ସାରଥି ଭାବେ ଶିକ୍ଷକ ସମାଜ ଅଗ୍ରଣୀ ଭୂମିକା ନିର୍ବାହ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ୫୦ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକଙ୍କୁ ସଦସ୍ୟତା ଅଭିଯାନରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି ।

    ଦ୍ୱିତୀୟ ସତ୍ରରେ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ଓଡିଶା ପ୍ରଦେଶର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଓ ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, କର୍ମଶାଳା ପାଇଁ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକ ସଂଯୋଜକ ଓ ସହସଂଯୋଜକଙ୍କ ସହ ଆଲୋଚନା କରିଥିଲେ । ଓଡିଶା ବିଜେପି ସରକାର ଏକ ଜନମଙ୍ଗଳକାରୀ ସରକାର । ଏହି ସରକାର ଶିକ୍ଷକ ସମାଜ ତଥା ଶିକ୍ଷାର ବିକାଶ ପାଇଁ ଅତ୍ୟନ୍ତ ଯତ୍ନବାନ ଅଟନ୍ତି ବୋଲି ମତ ରଖିଥିଲେ ।
    ଏହି କର୍ମଶାଳାରେ ରାଜ୍ୟ ଶିକ୍ଷକ ପ୍ରକୋଷ୍ଠ ସହସଂଯୋଜକ ଶ୍ରୀଯୁକ୍ତ ଜଗବନ୍ଧୁ ମିଶ୍ର, ଗୋଲକ ବିହାରୀ ଗିରି, ବୈଷୟିକ ଶିକ୍ଷକ ସମାଜ ସହସଂଯୋଜକ ଶ୍ରୀଯୁକ୍ତ ସଞ୍ଜୟ ମହାପାତ୍ର, ଶ୍ରୀଯୁକ୍ତ ଶରତ ଶେଖର ଦେଓ ଓ ବହୁ ପୂର୍ବତନ ଅଧ୍ୟକ୍ଷ, ଅଧ୍ୟାପକ, ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଯୋଗଦେଇ କର୍ମଶାଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ