Saturday, October 10, 2026
24.4 C
Odisha

    ବିଜେଡି ସରକାର ନିଜର ରାଜନୈତିକ ଫାଇଦା ପାଇଁ ଶ୍ରୀମନ୍ଦିରକୁ ବିପଦକୁ ଠେଲି ଦେଇଥିଲା: ଅନୀଲ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୫/୧୧: କିଛି ଭୁଲ ଅଛି ଯାହାର କ୍ଷମା ନାହିଁ । ବିଗତ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ତାଙ୍କ ସହଯୋଗୀ ଭି.କେ.ପାଣ୍ଡିଆନ ବାବୁ ଏମିତି କିଛି ଭୁଲ କରିକି ଯାଇଛନ୍ତି ଯାହାର ମୂଲ୍ୟ ଏବେ ଓଡ଼ିିଶାବାସୀଙ୍କୁ ଦେବାକୁ ପଡୁଛି । ନିଜର ରାଜନୈତିକ ଫାଇଦା ପାଇଁ ସେମାନେ କିଭଳି ଏକ ପୁରାତନ ଐତିହ୍ୟକୁ ବିପଦକୁ ଠେଲିଦେଇଥିଲେ ତାହା ଅତ୍ୟନ୍ତ ଦୁଃଖଦାୟକ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ହେଉଛି ଆମର ଗର୍ବ ଏବଂ ଅସ୍ମିତାର ପରିଚୟ । ଏବେ ମେଘନାଦ ପାଚିରୀରେ ଯେଉଁ ଫାଟ ବାହାରିଛି ଏବଂ ଫାଟ ଗୁଡିକ ମଧ୍ୟ ମେଲିବା ଆରମ୍ଭ କରୁଛି ତାହା କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ପାଇଁ ଚିନ୍ତାଜନକ କଥା । ଏଥିପାଇଁ ପୂର୍ବ ବିଜେଡି ସରକାର ହିଁ ଦାୟୀ । ଏହି କଥା ସାମ୍ନାକୁ ଆସିବା ପରେ ପ୍ରତ୍ନତତ୍ୱ ବିଭାଗ ଏବଂ ରାଜ୍ୟ ସରକାର ଏହାର ମରାମତି କାମ ଆରମ୍ଭ କରିଦେଇଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଏହା ଘଟିଲା କାହିଁକି? ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଯେଭଳି ବଡ ବଡ ମେଶିନ ଲଗାଇ ଶ୍ରୀମନ୍ଦିର ଚାରିପଟେ ଓ ଅତି ନିକଟରେ ବଡ ବଡ ଗାତ କରାଗଲା ଏହା ମେଘନାଦ ପାଚିରି ଉପରେ ପ୍ରଭାବ ପକାଇଲା । ନବୀନ ବାବୁ ଏବଂ ପାଣ୍ଡିଆନ ବାବୁ ଏନେଇ ମୁହଁ ଖୋଲି ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
    ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ପ୍ରତ୍ନତତ୍ୱ ବିଭାଗ ଏବଂ ନ୍ୟାଶନାଲ ମନୁମେଂଟ ଅଥରିଟିର ବିନା ଅନୁମତିରେ ପ୍ରଥମେ ମେଶିନ ଲଗାଇ ଶ୍ରୀ ମନ୍ଦିର ଚାରିପାଖ ଖୋଳାଯାଇଥିଲା । ଆମସାର ଆକ୍ଟ ୧୯୫୮କୁ ନ ମାନି ଏଭଳି ବେଆଇନ କାମ କରାଯାଇଥିଲା, ଯେଉଁଥିପାଇଁ ମାମଲା ଅଦାଲତକୁ ଗଲା । ବିନା କୌଣସି ହେରିଟେଜେ ଇମ୍ପାକ୍ଟ ଷ୍ଟଡି ଓ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ସର୍ଭେ ନ କରାଯାଇ ଏହି ଖୋଳାଖୋଳି କାମ କେଉଁ ପରିସ୍ଥିତିରେ କରାଯାଇଥିଲା? ନ୍ୟାଶନାଲ ମନୁମେଂଟ ଅଥରିଟିର ନିୟମ ଅନୁସାରେ, କୌଣସି ଐତିହ୍ୟ ପ୍ରକଳ୍ପର ୧୦୦ ମିଟର ପରିସରରେ କୌଣସି ନିର୍ମାଣ କାମ, ଖୋଳାଖୋଳି କରାଯାଇପାରିବ ନାହିଁ । ଏହାକୁ ନମାନିବା ଏବେ ମହଙ୍ଗା ପଡ଼ିଲାଣି । ପ୍ରତ୍ନତତ୍ୱ ବିଭାଗ ସେତେବେଳେ ହାଇକୋର୍ଟରେ ଯେଉଁ ସତ୍ୟପାଠ ଦେଇଥିଲେ, ସେଥିରେ ସ୍ପଷ୍ଟ ଭାବେ ଲେଖାଥିଲା ଶ୍ରୀ ମନ୍ଦିର ଚାରିପଟେ ୨୦ଫୁଟରୁ ଅଧିକ ଗଭୀରର ଗାତ ଖୋଳାଯାଇଛି । ସେହିଭଳି ଯେଉଁ ଡିପିଆର୍ ପ୍ରଥମେ ଦିଆଯାଇଥିଲା ତାକୁ ଚଂଚକତା କରି ପରେ ବଦଳାଇ ଦେଲେ । ଏହା ବୋଧ ହୁଏ ୫-ଟିର ମଡେଲ ଥିଲା । ୯୦୦ ବର୍ଷର ଏକ ପ୍ରାଚିନ ମନ୍ଦିର ଚାରିପଟେ ଯେଉଁଭଳି ଭାବରେ ବିଶାଳ ମେଶିନ ଲଗେଇ ବୃହତ ଗର୍ତ କରାଯାଇ ଏହାର ସ୍ଥାୟୀତ୍ୱକୁ ବିଗାଡି ଦିଆଗଲା ଏହାର ପ୍ରଭାବ ବର୍ତମାନ ମେଘନାଦ ପାଚିରୀ ଉପରେ ପଡ଼ିଲାଣି । ଆଗାମୀ ଦିନରେ ମନ୍ଦିର ଉପରେ ଏହି ପ୍ରଭାବ ଯେ ନପଡିବ ତାହା କିଏ କହିବ!
    ଏବେ ପରିକ୍ରମା ପ୍ରକଳ୍ପରେ ଯେଉଁ ନିର୍ମାଣ କାମ ହୋଇଛି ତାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଯଦି ରାସ୍ତା ଆଉ ପାଇଖାନା ହିଁ ନିର୍ମାଣ କରିବାର ଥିଲା ତାହେଲେ ଏତେ ବିଶାଳ ଗର୍ତ କାହିଁକି ମନ୍ଦିର ଚାରିପଟେ କରାଯାଇଥିଲା? ଏହା ଏକ ଷଡଯନ୍ତ୍ର ନୁହେଁ ତ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ