Saturday, October 10, 2026
24.4 C
Odisha

    କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ, ବିକାଶ କରିବା ପାଇଁ ସଂକଳ୍ପବଦ୍ଧ ବିଜେପି ସରକାର: ମହେଶ୍ୱର ସାହୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୫/୧୧: ଆସନ୍ତା ଖରିଫ ଧାନ କିଣା ନଭେମ୍ବର ୨୧ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ । ଏହି ଧାନ କିଣା କାରବାରରେ ସ୍ୱଚ୍ଛତା ଆଣିବା ସହ କଟନୀ ଛଟନୀ ବନ୍ଦ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସାରା ରାଜ୍ୟର ସମସ୍ତ ଧାନମଣ୍ଡି ଜଗିବେ ଓ ତଦାରଖ କରିବେ । ଓଡ଼ିଶାର ଚାଷୀମାନଙ୍କୁ ସମୃଦ୍ଧ କରିବା ସହ ସେମାନଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ମୋହନ ମାଝି ସରକାର ଅନେକ କୃଷକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି । ଏହାର ସଫଳ ରୁପାୟନ କରିବାରେ କୃଷକ ମୋର୍ଚ୍ଚା ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଧାନ କିଣାବେଳେ ରାଜ୍ୟର ୪,୧୯୩ ମଣ୍ଡିରେ କାର୍ଯ୍ୟକର୍ତାମାନେ ଚାଷୀମାନଙ୍କୁ ସହଯୋଗ କରିବେ । ଏଥିପାଇଁ ରାଜ୍ୟର ବିଭିନ୍ନ ନେତୃବୃନ୍ଦଙ୍କୁ ଜିଲା ଓ ମଣ୍ଡି ଦାୟିତ୍ୱ ବଂଟନ କରାଯାଇଛି । ଓଡ଼ିଶାରେ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଓ ବିକାଶ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ।
    ଧାନ ସଂଗ୍ରହ ଅଭିଯାନର ସଫଳ ରୁପାୟନ ପାଇଁ ଭୁବନେଶ୍ୱରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଶିଳ୍ପ, ମତ୍ସ୍ୟ ଚାଷ ଓ ପଶୁପାଳନ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ଯାଜପୁର ଲୋକସଭା ସାଂସଦ ଡ. ରବିନାରାୟଣ ବେହେରା ଓ ବରିଷ୍ଠ ବିଜେପି ନେତା ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।
    ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ସର୍ବଶ୍ରୀ ସୂର୍ଯ୍ୟ ନାରାୟଣ ମହାପାତ୍ର, ବରିଷ୍ଠ ଚାଷୀ ନେତା ଶ୍ରୀ ଅମରେଶ୍ୱର ମିଶ୍ର, ହଳପାଣି ମାଝି, ପୁଲିନ୍ ପ୍ରକାଶ ପୁହାଣ, ବିପଦଭଞ୍ଜନ ଦାସ, ରାଜ୍ୟ ସମ୍ପାଦକ ମନୋଜ କୁମାର ସାହୁ, ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ପ୍ରଶାନ୍ତ କୁମାର ସ୍ୱାଇଁ, ରାଜ୍ୟ ସଂଯୋଜକ ଡ. ଜଗନ୍ନାଥ ମହାପାତ୍ର, କୌଶିକ ଚାନ୍ଦ, ମଧୁସୂଦନ ଶର୍ମା, ରାଜକିଶୋର ମେଣ୍ଡଲୀ, ବିକ୍ରମ ରାଉତ, ସୁରଥ ସେଠୀ, ଗୋବିନ୍ଦ ପ୍ରଧାନ, ସୁନୀଲ କୁମାର ମହାନ୍ତି, କୈଳାସ ବାରିକ, କୈଳାସ ରଥ, ଶିବ ମିଶ୍ର, ଶ୍ୱେତ ଦୋରା, ପ୍ରଶାନ୍ତ ପାଲ, ଶ୍ରୀନିବାସ ପ୍ରଧାନ, ଅବନେଶ୍ୱର ପ୍ରଧାନ, ତପନ ବେହେରା, ଶ୍ରୀଧର ପ୍ରଧାନ, ପାଣ୍ଡବ ଧଳ, ଉତ୍କଳମଣି ମନ୍ତ୍ରୀ, ବିଜୟ କୁମାର ମାଝି, ଶିବରାଜ ବେହେରା, ସନ୍ତୋଷ ମିଶ୍ର, ଭାଗିରଥୀ ସିଂ, ସୁଧାକର ସାହୁ, ଶ୍ରୀଧର ସାହୁ, ମଦନ ମୋହନ ମାହାନ୍ତ, ଶଙ୍କର୍ଷଣ ଜେନା, ସୁଶ୍ରୀ ଜୟଲକ୍ଷ୍ମୀ ମହାନ୍ତି, ରୋଜାଲିନ୍ ମହାନ୍ତି, ଅମିତା କର, ପୂର୍ଣ୍ଣିମା ଦାସ ପ୍ରମୁଖଙ୍କ ସମେତ ରାଜ୍ୟରୁ ଆସିଥିବା ୨୦୦ରୁ ଊର୍ଦ୍ଧ୍ୱ ଚାଷୀ ନେତା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ