Friday, March 20, 2026
21.7 C
Odisha

    ମିଥ୍ୟା, ମନଗଢ଼ା ଖବରପ୍ରସାରଣ କରି ସରକାରଙ୍କୁ ବଦ୍‌ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି: ଜୟନ୍ତ ଜେନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୭/୧୧: ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ବିଜେପି ସରକାରକୁ ବଦ୍‌ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି । ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିଜେଡି ଅସହିଷ୍ଣୁ ହୋଇପଡ଼ିଛି । ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ବିଜେପି ସରକାର ବିରୋଧରେ ମିଥ୍ୟା ମନଗଢ଼ା ଖବର ପ୍ରସାରଣ କରୁଛି । ଏଭଳି ଅପପ୍ରଚାର କରି ବିଗତ ୧୫ ଦିନ ମଧ୍ୟରେ ବିଜେଡିର ୨ଜଣ ନେତାଙ୍କୁ ପୋଲିସ ଗିରଫ କରିଛି । ଏବେ ବିଜେଡି ଦ୍ୱାରା ପରିଚାଳିତ ଏକ ଜୈନିକ ଟିଭି ଚ୍ୟାନେଲ ଦ୍ୱାରା ମିଥ୍ୟା, ମନଗଢ଼ା ଓ ବିଭ୍ରାନ୍ତିକର ଖବର ପ୍ରସାରଣ କରାଯାଇ ବିଜେପି ସରକାରକୁ ଅଯଥାରେ ବଦ୍‌ନାମ କରିବାକୁ ପ୍ରୟାସ କରାଯାଉଛି । ୩ ବର୍ଷ ତଳେ ସୋସିଆଲ ମିଡିଆରେ ପ୍ରସାରିତ ବାଙ୍ଗାଲୋରର ଏକ ଘଟଣାକୁ ପୁରୀରେ ହୋଇଛି ବୋଲି ଦର୍ଶାଇ ଉକ୍ତ ଚ୍ୟାନେଲ ଏବେ ମିଥ୍ୟା ଖବର ପରିବେଷଣ କରୁଛି । ବିଜେପି ସୋସିଆଲ ମିଡିଆ ଟିମ୍ ଏହା ଧରିବା ପରେ ଉକ୍ତ ଭିଡିଓକୁ ସାମାଜିକ ଗଣମାଧ୍ୟମରୁ ହଟାଇ ଦିଆଯାଇଛି ।
    ଯଦି ଘଟଣାଟି ସତ୍ୟ ତେବେ ଏହାକୁ କାହିଁକି ସୋସିଆଲ ମିିଡିଆରୁ ହଟାଇ ଦିଲାଗଲା ବୋଲି ରାଜ୍ୟ ଲିଗାଲ ସେଲ ମୁଖ୍ୟ ଶ୍ରୀ ଜୟନ୍ତ ଜେନା ପ୍ରଶ୍ନ କରିଛନ୍ତି । ଏହି ଚ୍ୟାନେଲର ପ୍ରଚ୍ଛଦ ପଟରେ କିଏ ଅଛି ତାହା ସମସ୍ତଙ୍କୁ ଜଣାଅଛି ବୋଲି ସେ କହିଛନ୍ତି । ଏଭଳି ମିଥ୍ୟା ବିଭ୍ରାନ୍ତିକର ଖବର ପରିବେଷଣରୁ କ୍ଷାନ୍ତ ନ ହେଲେ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ । ସାଧାରଣ ନିର୍ବାଚନରେ ଜନସାଧାରଣ ବିଜେଡିକୁ ଶାସନରୁ ହଟାଇଥିବାବେଳେ ଆଗାମୀ ଦିନରେ ଦଳକୁ ନିଶ୍ଚିନ୍ନ କରିବାକୁ ମଧ୍ୟ ପଛ ଘୁଂଚା ଦେବେନାହିଁ । ଶ୍ରୀ ଜେନା ଏହାକୁ ଦୃଢ ନିନ୍ଦା କରିବା ସହ ଲିଗାଲ ସେଲ୍ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଟିଭି ଚ୍ୟାନେଲର ଏତାଦୃଶ କାର୍ଯ୍ୟ ପାଇଁ ଚ୍ୟାନେଲ ମୁଖ୍ୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏହି ଅଭିଯୋଗପତ୍ର ଦାଖଲ ସମୟରେ ରାଜ୍ୟ ଲିଗାଲ ସେଲ୍ ମୁଖ୍ୟ ଶ୍ରୀ ଜେନା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ଲିଗାଲ ସେଲ୍ ସଦସ୍ୟ ଆଇନଜୀବୀ ତତ୍ୱଜନ ତ୍ରିବେଦୀ ମିଶ୍ର, ବିଜୟ କୁମାର ସିଂ, ଦେବୀ ରଞ୍ଜନ ବାରିକ, ବିଶ୍ୱଜିତ୍ ଦାସ, ସତ୍ୟବ୍ରତ ନାୟକ, ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ