Friday, April 25, 2025
29.6 C
Odisha

    ଅଯଥା ପ୍ରସଙ୍ଗକୁ ଦୋହରାଇ ଓ ପାଳି କରି ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି ବିଜେଡି ନେତୃବୃନ୍ଦ : ଦିଲୀପ ମଲ୍ଲିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୮/୧୧: ବିରୋଧୀ ବିଜେଡି ପାଖରେ କୈାଣସି ପ୍ରସଙ୍ଗ ନାହିଁ । ଶାସନରୁ ବିତାଡିତ ହେବା ପରେ ଅଯଥା ପ୍ରସଙ୍ଗକୁ ଦୋହରାଇ ଓ ପାଳି କରି ବିଜେଡିର ନେତାମାନେ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି । ବିଜେଡି ନେତା ତଥା ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ବଡ ବଡ କଥା ଶୁଣାଉଛନ୍ତି । ଯଦି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଜେଡି ସରକାରରେ ଓଡିଶାର ବାସ୍ତବରେ ବିକାଶ ହୋଇଥିଲା, ତେବେ ଲୋକଙ୍କୁ କାହିଁକି ଆମ୍ବ ଟାକୁଆ ଖାଇବାକୁ ପଡୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଓଲଟା ପ୍ରଶ୍ନ କରିଛନ୍ତି ।
    ବାସ୍ତବରେ ବିଜେଡି ସରକାରରେ ଓଡିଶାର ସଠିକ ବିକାଶ ହୋଇନଥିଲା । ନବୀନ ସରକାର ଅମଳରେ ରାୟଗଡା ଜିଲ୍ଲା କାଶୀପୁରଠାରେ ଦୁଇ ଦୁଇ ଥର ଅନାହାରଜନିତ ଓ ଖାଦ୍ୟାଭାବ କାରଣରୁ ୨୦ରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରିଥିଲେ । ଏହାକୁ ଶ୍ରୀ ଦାସବର୍ମା ଭୁଲିବା ଉଚିତ ନୁହେଁ । ସରକାରରେ ଥିବାବେଳେ ବିଜେଡି ନେତା ଓ ମନ୍ତ୍ରୀମାନେ ଯେଉଁ ଭଳି ଭାବେ ମିଛ କହି ବିଭ୍ରାନ୍ତ କରୁଥିଲେ, ବର୍ତମାନ ମଧ୍ୟ ନିଜ ସ୍ଥିତି ବଂଚାଇବା ପାଇଁ ମିଛର ଆଶ୍ରୟ ନେଉଛନ୍ତି ଏବଂ ମନଗଢା କାହାଣୀ କହୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଏଭଳି ମିଛ ପ୍ରଚାରରୁ ନିବୃତ ରହିବାକୁ ଶ୍ରୀ ମଲ୍ଲିକ ବିଜେଡି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    17 %
    1.5kmh
    0 %
    Thu
    30 °
    Fri
    42 °
    Sat
    42 °
    Sun
    40 °
    Mon
    41 °

    ସମ୍ବନ୍ଧିତ