Sunday, September 20, 2026
28.3 C
Odisha

    ଥମୁନି ମଣିପୁର ହିଂସା: ‌କେନ୍ଦ୍ର ପଠାଇଲା ଅଧିକ ୫୦ କମ୍ପାନି ସିଏପିଏଫ୍‌

    ଆଗକୁ ପଢନ୍ତୁ

    ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ଦିନକୁ ଦିନ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ହେବାରେ ଲାଗିଛି। ଆଜି ପୁଣି ସୁରକ୍ଷାକର୍ମୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଘଟଣାରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଜିରିବାମ୍‌ ଜିଲ୍ଲାରେ କିଛି ବିଶୃଙ୍ଖଳ ଜନତା ଆନ୍ଦୋଳନ କରିଥିବାବେଳେ ସୁରକ୍ଷାକର୍ମୀ ସେମାନଙ୍କୁ ଘଉଡ଼ାଇବାକୁ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ୨୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି ଏବଂ ତାଙ୍କ ନାଁ ହେଉଛି କେ ଅଥୌବା। ବାବୁପଡ଼ାରେ ଏହି ଘଟଣା ଘଟିଛି। ବିଶୃଙ୍ଖଳ ଜନତା ମଧ୍ୟ ଏହି ସମାନ ଅଞ୍ଚଳରେ ସ୍ଥାନୀୟ ବିଜେପି ଓ କଂଗ୍ରେସ ଅଫିସରେ ନିଆଁ ଲଗାଇ ଦେଇଛନ୍ତି। ଜିରିବାମ୍‌ ଥାନାର ୫୦୦ ମିଟର ମଧ୍ୟରେ ଏହି ହିଂସା ଉପୁଜିଛି। ହିଂସା ଯୋଗୁ ମାସକ ମଧ୍ୟରେ ମଣିପୁରରେ ମୋଟ୍‌ ୧୯ ଜଣଙ୍କର ମୃତ୍ୟୁ ହେଲାଣି। ହିଂସା ପାଇଁ ଇମ୍ଫାଲ ପୂର୍ବ ଏବଂ ପଶ୍ଚିମ ସମେତ ଅନେକ ଜିଲ୍ଲାରେ କର୍ଫ୍ୟୁ ଜାରି ରହିଛି ଏବଂ ଇଣ୍ଟର‌ନେଟ୍‌ ସେବା ବନ୍ଦ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଣିପୁରରେ ସୁରକ୍ଷା ସ୍ଥିତି ଆକଳନ କରିବାପାଇଁ ଆଜି ଏକ ଉଚ୍ଚସ୍ତରୀୟ ‌ବୈଠକ କରିଛନ୍ତି। ଅଞ୍ଚଳରେ ସ୍ଥିତାବସ୍ଥା ଫେରାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ କରିବାକୁ ଆଜି ବରିଷ୍ଠ ଅଧିକାରୀମାନଙ୍କ ସହ ଶାହ ଏହି ବୈଠକ କରିଛନ୍ତି। ବୈଠକରେ କେନ୍ଦ୍ର ସରକାର ମଣିପୁରକୁ ଅତିରିକ୍ତ ୫୦ କମ୍ପାନି ସିଏପିଏଫ୍‌ ପଠାଇବାପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ମଣିପୁରରେ ୫ ହଜାରରୁ ଅଧିକ ସିଏପିଏଫ୍‌ ସଦସ୍ୟ ମୁତୟନ ହେଲେଣି। ୫୦ କମ୍ପାନି ସିଏପିଏଫ୍‌ ମଧ୍ୟରୁ ୩୫ ୟୁନିଟ୍‌ ସିଆରପିଏଫ୍‌ର ହୋଇଥିବାବେଳେ ବାକି ବିଏସ୍‌ଏଫ୍‌ରୁ ୧୫ କମ୍ପାନି ମଣିପୁରକୁ ପଠାଯିବ।

    ଇତି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ନାଗରିକଙ୍କ ବିରୋଧରେ ହିଂସା ପାଇଁ ଥିବା ୩ଟି ମାମଲା ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥ‌ା)କୁ ହସ୍ତାନ୍ତର କରିଛି। ରାଜ୍ୟବ୍ୟାପୀ ପୋଡ଼ାଜଳା ଏବଂ ଭଙ୍ଗାରୁଜା ସମେତ ଅନ୍ୟାନ୍ୟ ମାମଲା‌ ଏଥିରେ ଜଡ଼ିତ। ଏନ୍‌ଆଇଏ ମଣିପୁର ପୁଲିସଠାରୁ ୩ଟି ମାମଲାରେ ତଦନ୍ତଭାର ଗ୍ରହଣ କରିଛି। ନଭେମ୍ବର ୮ ତାରିଖରେ ଜିରିବାମ୍‌ ଥାନାରେ ରୁଜୁ ହୋଇଥିବା ଏକ ମାମଲା ନଭେମ୍ବର ୧୧ ତାରିଖରେ ବୋରବେକ୍ରାରେ ରୁଜୁ ହୋଇଥିବା ୨ଟି ମାମଲାର ତଦନ୍ତଭାର ଏନ୍‌ଆଇଏ ଗ୍ରହଣ କରିଛି। ଅନ୍ୟପ‌କ୍ଷେ ମୈତେୟୀ ଗୋଷ୍ଠୀ ଜିରିବାମ୍‌ରେ ୩ ମହିଳା ଏବଂ ୩ ଶିଶୁଙ୍କ ହତ୍ୟା ଘଟଣାକୁ ବିରୋଧ କରି ଆଜି ଇମ୍ଫାଲ ପଶ୍ଚିମ ଜିଲ୍ଲାର ବିଭିନ୍ନ ସରକାରୀ ଅଫିସରେ ତାଲା ପକାଇ ଦେଇଛନ୍ତ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    79 %
    1.6kmh
    100 %
    Sun
    28 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ