ଭୁବନେଶ୍ୱର : ଆଉ ଦିନକ ପରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ। ପ୍ରକାଶ ପାଇଲା ରାଜ୍ୟ ବିଜେପି ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ଲାଗି ଭୋଟର ତାଲିକା । ଭୋଟର ତାଲିକା ସୂଚୀରେ ଅଛନ୍ତି ମୋଟ ୨୭୩ ଜଣ । ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ଏବଂ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ଦଶ ପ୍ରତିଶତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି ।
ଆସନ୍ତାକାଲି ନାମାଙ୍କନ ଦାଖଲ ଓ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ୮ରେ ନିର୍ବାଚନ ଓ ଫଳାଫଳ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ପାଲ ତୋମାର । ଆସନ୍ତାକାଲି ଓଡ଼ିଶା ବିଜେପି ସାଂଗଠାନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ।
ଯଦି ଜଣେ ପ୍ରାର୍ଥୀ ହୁଅନ୍ତି, ତେବେ ସର୍ବସମ୍ମତି ତାଙ୍କ ନାମ ଘୋଷଣା ହେବ । ନୂଆ ରାଜ୍ୟ ସଭାପତି ୩ବର୍ଷ ପାଇଁ ଦାୟିତ୍ବ ତୁଲାଇବେ । ରାଜ୍ୟ ବିଜେପିକୁ ମହିଳା ନେତୃତ୍ବ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ବିଜେପି ଜାତୀୟ ସଭାପତି ରେସରେ ମହିଳା ନେତୃତ୍ବ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।
ଡି. ପୁରନ୍ଦେଶ୍ବରୀ, ନିର୍ମଳା ସୀତାରମଣ, ଭନତୀ ଶ୍ରୀନିବାସନଙ୍କ ନାଁ ରେସରେ ଥିବା ଜଣାପଡ଼ିଛି । ଛଅଟି ରାଜ୍ୟର ବିଜେପି ସଭାପତି ଘୋଷଣା ହେବା ପରେ ଏବେ ଜାତୀୟ ସଭାପତି ନିର୍ବାଚନ ନେଇ ପ୍ରକ୍ରିୟା ଜୋର ଧରିଛି ।