Sunday, October 11, 2026
22.8 C
Odisha

    ଭଦ୍ରକ ଜିଲ୍ଲାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗ ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭଦ୍ରକ ଜିଲ୍ଲା ଗାନ୍ଧୀ ପଡିଆଠାରେ ଆଜି ରାଜ୍ୟ ସଭାପତି ମନମୋହନ ସାମଲ ଗାନ୍ଧୀ ମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ବିଶିଷ୍ଟ ଯୁବ ସମାଜସେବୀ ସିତାଂଶୁ ଶେଖର ମହାପାତ୍ର ବିଜେପିରେ ହେଲେ ସାମିଲ । କଂଗ୍ରେସର ପୂର୍ବତନ କାଉନସିଲର ସୁକାନ୍ତ ପାଲ ଓ ବିଜେଡିର ଉମାକାନ୍ତ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୀବ କୁମାର ଜେନା, ଗୋପାଳ ମୁଦୁଲୀ, ଆନନ୍ଦ ପଣ୍ଡା, ବାବାଜି ସାମଲ, ଲକ୍ଷ୍ମୀଧର ଖଟୁଆଲା, ପପୁ ବରମନ, ରବିନ୍ଦ୍ର ମହାନ୍ତି ସମେତ ହଜାରେରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତା ମୋଦିଜୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହେବା ସହ ତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି । ନୂତନ ନେତୃତ୍ୱଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି ।
    ଏହି ମିଶ୍ରଣ ପର୍ବରେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ, ପୂର୍ବତନ ଜିଲ୍ଲା ସଭାପତି ଦୀନବନ୍ଧୁ ପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ, ମନସ୍ମିତା ଖୁଂଟିଆ, ଜିଲ୍ଲା ଉପସଭାପତି କମଳାକାନ୍ତ ସୁତାର ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ