Sunday, October 11, 2026
22.8 C
Odisha

    ‘ମଞ୍ଜୁଭିରଟ୍ଟୁ’: ଷଣ୍ଢ ପିଛା ଖେଳରେ ୨ ମୃତ, ୭୦ ଆହତ

    ଆଗକୁ ପଢନ୍ତୁ

    ମଦୁରାଇ: ତାମିଲନାଡୁର ଶିବଗଙ୍ଗା ଜିଲ୍ଲାରେ ବୁଧବାର ଷଣ୍ଢ ପିଛା କରୁଥିବା ଖେଳ ମଞ୍ଜୁଭିରଟ୍ଟୁରେ ଜଣେ ନାବାଳକଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଭାଲେୟମପଟ୍ଟିର ରବି (୧୧) ଏବଂ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାପାଳ ଆଶା ଅଜିତ, ନିର୍ବାଚନ ମଣ୍ଡଳୀ ସାଂସଦ କାର୍ତ୍ତି ପି ଚିଦାମ୍ବରମ୍‌ ଓ ଡିଏମ୍‌କେ ମନ୍ତ୍ରୀ ପେରିଆକାରୁପନଙ୍କ ଉପସ୍ଥିତିରେ ବୁଧବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୭୧ଟି ଷଣ୍ଢ ଓ ୮୧ଜଣ ଷଣ୍ଢ ତାମେର ଅଂଶଗ୍ରହଣ କରିଥିଲେ।

    ଅନ୍ୟପକ୍ଷରେ ମଦୁରାଇ ଜିଲ୍ଲାର ଅଲଙ୍ଗାନାଲ୍ଲର ଜଲ୍ଲିକଟ୍ଟୁ କାର୍ଯ୍ୟକ୍ରମରେ ଅତି କମରେ ତିନି ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ଜଣେ ତାମେର, ଜଣେ ପୁଲିସ କର୍ମଚାରୀ ଓ ଜଣେ ଷଣ୍ଢ ମାଲିକ ଆହତ ହୋଇଛନ୍ତି। ଜଲ୍ଲିକଟ୍ଟୁ କାର୍ଯ୍ୟକ୍ରମର ଅଲାଙ୍ଗନାଲୁର ପର୍ଯ୍ୟାୟ ପାଇଁ ମୋଟ ୧,୨୦୦ ଷଣ୍ଢ ଏବଂ ୮୦୦ ଷଣ୍ଢ ତାମେର ପଞ୍ଜୀକୃତ ହୋଇଥିଲେ। ଏହି ପ୍ରତିଯୋଗିତାର ବିଜେତା ଉଭୟ ଷଣ୍ଢ ତାମେର ଓ ଷଣ୍ଢଙ୍କୁ ନିସାନ ମାଗ୍ନିଟ୍‌ କାର୍‌ ପ୍ରଦାନ କରାଯିବା ସହ ଅଂଶଗ୍ରହଣକାରୀ ପ୍ରତ୍ୟେକ ଷଣ୍ଢଙ୍କୁ ଗୋଟିଏ ଲେଖାଏଁ ସୁନା ମୁଦ୍ରା ପ୍ରଦାନ କରାଯିବ।

    ସୁରକ୍ଷା ଦୃଷ୍ଟିରୁ ଆମ୍ବୁଲାନ୍‌ସ ସହ ୯୦ ଜଣ କର୍ମଚାରୀଙ୍କୁ ନେଇ ଏକ ଡାକ୍ତରୀ ଦଳ, ୭୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ ଏକ ପ୍ରାଣୀ ଚିକିତ୍ସକ ଦଳ ଓ ରେଡକ୍ରସ୍‌ ସେ୍‌ୱଚ୍ଛାସେବୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏହାବ୍ୟତୀତ ଅଲଙ୍ଗାନାଲ୍ଲରର ଜାଲିକଟ୍ଟୁ ଆରିନାକୁ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ୧୫୦୦ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

    ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଜାନୁଆରି ୨୪ରେ ମଦୁରାଇ ଜିଲ୍ଲାର କିଲାକାରାଇ ଠାରେ ଏକ ଜଲ୍ଲିକଟ୍ଟୁ ଆରେନାକୁ ଉଦଘାଟନ କରିବେ। ୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହା ସର୍ବୋତ୍ତମ ସୁବିଧା ସୁଯୋଗ ଉପଲବ୍ଧ ହେବା ସହ ପାଖାପାଖି ୫,୦୦୦ ଲୋକ ଜଲ୍ଲିକଟ୍ଟୁ ଦେଖିପାରିବେ ବୋଲି ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ