Tuesday, April 14, 2026
28.8 C
Odisha

    ବିଜେଡି ଉପରେ ବର୍ଷିଲେ ବିଜେପି ବିଧାୟିକା ଉପାସନା ମହାପାତ୍ର ଓ ସଂଜଳି ମୁର୍ମୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ସମାଲୋଚନା କରିବାକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ବିଧାୟିକା ଉପାସନା ମହାପାତ୍ର। ସେ କହିଛନ୍ତି, ବିଜେଡ଼ି ମହିଳାମାନଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା। ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି ମୋହନ ସରକାର। ସେଥିପାଇଁ ସହି ପାରୁନି ବିଜେଡ଼ି। ନା କରିବି ନା, କରିବାକୁ ଦେବି ନୀତି ଅବଲମ୍ବନ କରୁଛି ବିଜେଡ଼ି। ଗୃହ ପ୍ରକ୍ରିୟା ଅନୁସାରେ ପ୍ରଶ୍ନକାଳ ଏବଂ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଛି, ହେଲେ ହଟ୍ଟଗୋଳ କରିବା ମାନସିକତା ନେଇ ବିଜେଡ଼ି ଗୃହକୁ ଆସୁଛ। | ଗୃହ ଚାଲିବାକୁ ଦେଉନି ବିଜେଡି। ଠିକ୍ ସେହିପ ବିଜେପି ବିଧାୟିକା ସଂଜଳି ମୁର୍ମୁ କହିଛନ୍ତି, ସୁଭଦ୍ରା ଯୋଜନାକୁ ନେଇ ଆଲୋଚନାକୁ କାହିଁକି ଆସୁନି ବିଜେଡ଼ି। ଆଦିବାସୀ ମହିଳାଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ମହିଳା ସୁଭଦ୍ରା ଯୋଜନା ପାଇଁ ଖୁସି ଅଛନ୍ତି। ୨୪ ବର୍ଷ ଧରି ବିଜେଡ଼ି ସରକାରରେ ସୁଭଦ୍ରା ଯୋଜନା ଭଳି ସହାୟତା ପାଉ ନଥିଲେ ମହିଳା। ଏହାକୁ ବିରୋଧୀ ଦଳ ସହି ପାରୁନାହାନ୍ତି, ଯେଉଁଥିପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି ହଟ୍ଟଗୋଳ କରୁଛନ୍ତି ବିରୋଧୀ। ମୁଲତବୀ ଆଲୋଚନା କରିବାକୁ ଚାହୁଁନାହାଁନ୍ତି ବିରୋଧୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ