Monday, October 26, 2026
20.1 C
Odisha

    ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡା ପ୍ରଭାରୀ ନିଯୁକ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀରେ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବ। ଦିଲ୍ଲୀକୁ ନିଜ ନିୟନ୍ତ୍ରଣରେ ଆଣିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଯୋଜନା ପ୍ରସ୍ତୁତ କରିଛି। ବିଜେପି ଏଥି ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଇଛି। ଶ୍ରୀ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି। ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ସହପ୍ରଭାରୀ ଭାବେ ମଧ୍ୟ ନିଯୁକ୍ତି ମିଳିଛି। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନିଯୁକ୍ତି ଦେଇଛନ୍ତି।
    ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶାସନ କ୍ଷମତାରେ ଥିବା ଆପ୍‌ ଲଗାତାର ଭାବେ ସଭା ଓ ରୋଡ୍‌ ସୋ’ କରୁଥିବା ଦେଖିବାକୁ ମିଳୁଛି। ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ପଛରେ ନାହାନ୍ତି। ଉଭୟ ଦଳ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜୟ ଆଶାରେ ବିଜେପି ଆଜି ଦୁଇ ପାୱାରଫୁଲ୍‌ ସାଂସଦ ବୈଜୟନ୍ତ ପଣ୍ଡା ଓ ଅତୁଲ ଗର୍ଗଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.1 ° C
    20.1 °
    20.1 °
    68 %
    1.7kmh
    20 %
    Sun
    20 °
    Mon
    28 °
    Tue
    29 °
    Wed
    24 °
    Thu
    25 °

    ସମ୍ବନ୍ଧିତ