Sunday, October 4, 2026
24.3 C
Odisha

    ଜିଲାପି ଖାଇ ଉତ୍ସବ ପାଳନ କରିବେ ମୋଦୀ ; ରାହୁଲଙ୍କ ସହ ଏହାର କ’ଣ ଅଛି ସଂପର୍କ ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ଲଗାତାର ତୃତୀୟ ଥର ପାଇଁ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ଜଣାପଡିଛି । ଦଳର ଦିଲ୍ଲୀ କାର୍ଯ୍ୟାଳୟରେ ଏହି ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସ୍ୱତନ୍ତ୍ର ଉପଲକ୍ଷେ ପାର୍ଟି ହାଇକମାଣ୍ଡ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି । କାର୍ଯ୍ୟକ୍ରମ ଅନୁସାରେ ସଂଧ୍ୟା ୭ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବ ପାଳନ ପାଇଁ ବିଜେପି ପକ୍ଷରୁ ୧୦୦ କିଲୋଗ୍ରାମ ଜିଲାପି ଅର୍ଡର ଦିଆଯାଇଛି ।ସେହିପରି ହରିୟାଣାରେ ସଂଖ୍ୟା ଗରିଷ୍ଠତା ଅତିକ୍ରମ କରିବା ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସମସ୍ତ ସାଧାରଣ ସମ୍ପାଦକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଅପରାହ୍ନରେ ତାଙ୍କ ଘରେ ବୈଠକ ଆରମ୍ଭ ହୋଇଥିଲା। ଦଳର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଏବଂ ନିର୍ବାଚନ ଫଳାଫଳ ଉପରେ ଆଲୋଚନା କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

    ତେବେ ବିଜେପି ପକ୍ଷରୁ ଜିଲାପି କାହିଁକି ମଗାଯାଇଛି ? ବିଜେପି କୌଣସି ନିର୍ବାଚନ ଜିତିବାପରେ  ଦଳୀୟ କାର୍ଯ୍ୟାଳୟ ପାଇଁ ସାଧାରଣତଃ ଲଡ଼ୁ ଅର୍ଡର କରାଯାଇଥାଏ । କିନ୍ତୁ ଏଥର କାହିଁକି ଜିଲାପି ମଗାଇଛି ? ପ୍ରକୃତ କଥା ହେଉଛି ନିର୍ବାଚନ ପ୍ରଚାର ସଂପର୍କରେ ରାହୁଲ ଗାନ୍ଧିଙ୍କୁ ହରିୟାଣାର ପ୍ରସିଦ୍ଧ ମାତୁରାମ ଜିଲାପି ଖାଇବାକୁ ଦେଇଥିଲେ ଦିପେନ୍ଦ୍ର ସିଂ ହୁଦା । ଏହା ଖାଇବାବେଳେ ରାହୁଲ ଗାନ୍ଧି କହିଥିଲେ ଯେ ଏହି ଜିଲାପି ସାରାଦେଶରେ ପହଞ୍ଚିବା ଦରକାର, ଏଥିପାଇଁ କାରଖାନା ବସାଯିବା ଆବଶ୍ୟକ । ତାଙ୍କର ଏହି ବୟାନ ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ବିଜେପି ନିଜ ଅଫିସକୁ ଜିଲାପି ମଗାଇ ପରୋକ୍ଷରେ ରାହୁଲଙ୍କୁ ବିଦ୍ରୁପ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ