Sunday, October 4, 2026
24.3 C
Odisha

    ଶିମିଳିପାଳ ପାଦଦେଶରେ ପୋଖରୀରୁ ହାତୀଛୁଆର ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ବାରିପଦା: ପୋଖରୀ ଭିତରୁ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି। ତିନି-ଚାରି ଦିନ ପୂର୍ବରୁ ହାତୀଛୁଆର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ନାଫ୍ରି ପଞ୍ଚାୟତ ଝିଙ୍କପାହାଡି ଗ୍ରାମରେ ହାତଛୁଆରର ମୃତଦେହ ଠାବ ହୋଇଛି।ସୂଚନା ଅନୁସାରେ କିଛି ଦିନ ହେବ ନାଫ୍ରି ପଞ୍ଚାୟତ ଝିଙ୍କପାହାଡ଼ି ଅଞ୍ଚଳରେ ତିରିଶ ଟିକିଆ ହାତୀପଲ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀମାନେ ପୋଖରୀକୁ ଯାଇଥିବା ବେଳେ ଭାସମାନ ଅବସ୍ଥାରେ ହାତୀ ଛୁଆର ମୃତଦେହ ଦେଖିବାକୁ ପାଇଥିଲେ। ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀଛୁଆର ବୟସ ଦୁଇ-ତିନି ମାସ ହେବ ବୋଲି ଆକଳନ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

    ସେପଟେ ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟପ୍ରାଣୀ ସପ୍ତାହ ପାଳିତ ହେଉଥିବା ବେଳେ ବନ୍ୟଜନ୍ତୁର ସୁରକ୍ଷା ଓ ଚାଲାଣ ରୋକିବାରେ ବିଫଳ ହୋଇଥିବ ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ