Tuesday, March 31, 2026
30.9 C
Odisha

    ରାଜ୍ୟବାସୀ ଅକୁଣ୍ଠ ସମର୍ଥନ ଦେଇଥିବାରୁ କୃତଜ୍ଞ: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଶପଥ ସମାରୋହ ପରେ ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଉଛି। ଏଥିରେ ସମସ୍ତ ୨୦ ବିଜେପି ସାଂସଦ ଓ ୭୮ ବିଧାୟକ ଉପସ୍ଥିତ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବିଜେପିକୁ ଭରସା କରିଥିବାରୁ ଧନ୍ୟବାଦ ଦେଇଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟବାସୀ ଅକୁଣ୍ଠ ସମର୍ଥନ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ସାମଲ। ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଦେବଦୁର୍ଲଭ କହି ସେ କୃତଜ୍ଞତା ଜଣାଇଛନ୍ତି। ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସ୍ବାଗତ କରିଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ।

    ସେ ଆହୁରି କହିଛନ୍ତି, ବିଜେପି ସରକାରକୁ ଆସିବାର ଘଣ୍ଟା ମଧ୍ୟରେ କ୍ୟାବିନେଟ ବୈଠକ କରି ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଗଲା ଏବଂ ଏହାକୁ ପୂରା କରାଗଲା। ଜଗନ୍ନାଥଙ୍କ ପାଇଁ ଯେପରି ଅର୍ଥର ଅଭାବ ରହିବନି ସେଥିପାଇଁ ୫୦୦ କୋଟି ଟଙ୍କାର ରିଭଲିଂ ଫଣ୍ଡ କରିଛୁ। ଧାନର ଏମଏସପି ୩୧୦୦ ଟଙ୍କା, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଏହା କେବଳ ଟ୍ରେଲର ଥିଲା ଆଗାମୀ ୧୦୦ ଦିନ ମଧ୍ୟରେ ପୂରା ଫିଲ୍ମ ଦେଖିବ ଓଡ଼ିଶା। ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରଖି କାମ ହେବ। ସମସ୍ତଙ୍କ ସମସ୍ୟାର ସମାଧାନ ପାଇଁ ଦାୟିତ୍ୱ ନିଆଯିବ। କେହି ଗରିବ ରହିବେନି କି ଦାଦନ ଖଟିବାକୁ ବାହାରକୁ ଯିବେ ନାହିଁ।

    ସରକାର ଆସିବା ସହଜ। ଲୋକଙ୍କ ଆଶୀର୍ବାଦରେ ସରକାରକୁ ଆସିଛୁ। କିନ୍ତୁ ଏହାକୁ ଚଲାଇବା ବହୁତ କଷ୍ଟ। ଆଗାମୀ ୫ ବର୍ଷ ଦିନ ରାତି ପରିଶ୍ରମ କରି ସରକାରଙ୍କ କାମକୁ ଲୋକଙ୍କ ପାଖରେ ପହଞ୍ଚାଇବା। ଓଡ଼ିଶାର ୩ ଜଣ ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିବାରୁ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନମୋହନ ସାମଲ। ଏହାସହ ମନମୋହନ ଦଳୀୟ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ସଙ୍ଗଠନକୁ ଏତେ ଶକ୍ତିଶାଳୀ ଓ ସଙ୍ଗଠିତ କରିବା ଯେ, ଆଗାମୀ ୨୫ରୁ ୩୦ ବର୍ଷ ଯାଏଁ ଯେପରି ବିଜେପି ସରକାରକୁ କେହି ଛୁଇଁପାରିବେନି।

    ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଗୀତରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ। ଏଥିରେ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ଦଳୀୟ କର୍ମୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.9 ° C
    30.9 °
    30.9 °
    27 %
    0.9kmh
    45 %
    Tue
    32 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ