ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ଏନେଇ ସଂଧ୍ୟାରେ ବସୁଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏଥିରେ ଦଳର ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇପାରନ୍ତି । ଦଳର ଅନ୍ୟ ବରିଷ୍ଠ ନେତାମାନେ ବି ସାମିଲ ହେବେ । ଏଥିରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ବିଭିନ୍ନ ଦିଗରୁ ଆଲୋଚନା କରାଯିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ । ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ୧୫୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବାର ସମ୍ଭାବନା ରହିଛି । ମାର୍ଚ୍ଚ ୨ରେ ବିଜେପି ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ପ୍ରଥମ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଥିଲା । ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନମଣ୍ଡଳୀ ପାଇଁ ତାଲିକା ଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ଓଡ଼ିଶାର ବି ନଜର ରହିବ । କାରଣ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କୌଣସି ଆସନ ସ୍ଥାନ ପାଇନଥିଲା । ତେଣୁ ଦ୍ୱିତୀୟ ତାଲିକାରେ କେଉଁ କେଉଁ ରାଜ୍ୟର ଆସନ ରହୁଛି, ଓଡ଼ିଶାର ଆସନ ଏଥିରେ ସାମିଲ ହେଉଛି କି ନାହିଁ, ତାହା ଉପରେ ରାଜନୀତି ସମୀକ୍ଷକଙ୍କ ନଜର ରହିବ ।
ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା
![New Delhi: Prime Minister Narendra Modi and BJP Working President J.P. Nadda with Union Ministers Ravi Shankar Prasad, Thawar Chand Gehlot, Rajnath Singh, JP Nadda, Amit Shah, Dharmendra Pradhan, Subrahmanyam Jaishankar and Nirmala Sitharaman during the BJP parliamentary party meeting at Parliament in New Delhi on July 16, 2019. (Photo: IANS)](https://moodisha.com/wp-content/uploads/2024/03/MODI-2-750x430-1-696x399.jpg)