Saturday, July 27, 2024
24.6 C
Odisha

    ବାଣୀ ବିହାର କ୍ୟାମ୍ପସ ଭିତରୁ ବଡ଼ ଧରଣର ଲୁଟ୍

    ଆଗକୁ ପଢନ୍ତୁ

    ରାଜଧାନୀରୁ ପୁଣି ଲୁଟ୍ । ବାଣୀବିହାର କ୍ୟାମ୍ପସ ଭିତରୁ ବଡ଼ ଧରଣର ଲୁଟ୍ । କ୍ୟାମ୍ପସ କ୍ୱାର୍ଟରରେ ରହୁଥିବା ମନୋରଞ୍ଜନ ଜେନାଙ୍କ ଘରୁ ଲୁଟ୍ ହୋଇଛି । ୧୦ ଲକ୍ଷ ଟଙ୍କାର ସୁନା ଗହଣା, ୨ ଲକ୍ଷ ନଗଦ ଟଙ୍କା, ଡିଏସ୍ଏଲଆର କ୍ୟାମେରା, ରୂପା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି । ଲୁଟେରାମାନେ ଘଟଣାସ୍ଥଳରେ ଏକ ଲେଦର ବ୍ୟାଗ୍ ଛାଡିଯାଇଥିବା ଦେଖିବାକୁ ମିଳିଛି । ସେହି ବ୍ୟାଗକୁ ନେଇ ଏବେ ଛାନଭିନ୍ ଆରମ୍ଭ କରିଛି ପୋଲିସ । ସନ୍ଧାନୀ କୁକୁର ପଛେପଛେ ଚାଲିଛି ପୋଲିସ । ଡଗ୍ ସ୍କ୍ୱାର୍ଡକୁ ନେଇ ତଦନ୍ତ ଚାଲିଥିବା ବେଳେ ପୋଲିସକୁ କିଛି ସୁରାକ ମିଳିଥିବା ଜଣାପଡ଼ିଛି । କ୍ୟାମ୍ପସରେ ଥିବା ଜଙ୍ଗଲ ଭିତରୁ କିଛି ରୂପା ଅଳଙ୍କାର ମଧ୍ୟ ପୋଲିସ ଜବତ କରିଛି । ବାକି ସୁନାଗହଣା କୁଆଡେ ଗଲା, ସେନେଇ ତଦନ୍ତ ଚଳାଇଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ