Friday, August 21, 2026
23.9 C
Odisha

    ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା

    ଆଗକୁ ପଢନ୍ତୁ

    ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ଏନେଇ ସଂଧ୍ୟାରେ ବସୁଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏଥିରେ ଦଳର ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇପାରନ୍ତି । ଦଳର ଅନ୍ୟ ବରିଷ୍ଠ ନେତାମାନେ ବି ସାମିଲ ହେବେ । ଏଥିରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ବିଭିନ୍ନ ଦିଗରୁ ଆଲୋଚନା କରାଯିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ । ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ୧୫୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବାର ସମ୍ଭାବନା ରହିଛି । ମାର୍ଚ୍ଚ ୨ରେ ବିଜେପି ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ପ୍ରଥମ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଥିଲା । ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନମଣ୍ଡଳୀ ପାଇଁ ତାଲିକା ଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ଓଡ଼ିଶାର ବି ନଜର ରହିବ । କାରଣ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କୌଣସି ଆସନ ସ୍ଥାନ ପାଇନଥିଲା । ତେଣୁ ଦ୍ୱିତୀୟ ତାଲିକାରେ କେଉଁ କେଉଁ ରାଜ୍ୟର ଆସନ ରହୁଛି, ଓଡ଼ିଶାର ଆସନ ଏଥିରେ ସାମିଲ ହେଉଛି କି ନାହିଁ, ତାହା ଉପରେ ରାଜନୀତି ସମୀକ୍ଷକଙ୍କ ନଜର ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    94 %
    1.5kmh
    100 %
    Fri
    30 °
    Sat
    26 °
    Sun
    26 °
    Mon
    30 °
    Tue
    29 °

    ସମ୍ବନ୍ଧିତ