Wednesday, October 14, 2026
22.5 C
Odisha

    ଅବରୋଧମୁକ୍ତ ହେଲା ବଡ଼ଦାଣ୍ଡ

    ଆଗକୁ ପଢନ୍ତୁ

    ପୁରୀ: ବହୁଦିନର ଟ୍ରାଫିକ୍‌ ଯନ୍ତ୍ରଣାରୁ ମୁକୁଳିଛି ବଡ଼ଦାଣ୍ଡ ମାର୍କେଟ୍‌ ଛକରୁ ଶ୍ରୀମନ୍ଦିର ସିଂହଦ୍ବାର ରାସ୍ତା। ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡ ଉଠାଦୋକାନମୁକ୍ତ ହେବା ପରେ ବଡ଼ଦାଣ୍ଡର ରୂପ ବଦଳିଛି। ଶ୍ରୀମନ୍ଦିର ସିଂହଦ୍ବାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ପ୍ରାୟ ଶହେ ଫୁଟ ଓସାର। ଶ୍ରୀଗୁଣ୍ଡିଚା ମନ୍ଦିର ପାର୍ଶ୍ବରେ ବଡ଼ଦାଣ୍ଡ ସାମାନ୍ୟ ଅଧିକ ଓସାର। କିନ୍ତୁ ଉଠାଦୋକାନୀମାନେ ରାସ୍ତାକୁ ମାଡ଼ି ବେପାର କରୁଥିବାରୁ ଏହି ପ୍ରଶସ୍ତ ବଡ଼ଦାଣ୍ଡରେ ମାତ୍ର ୧୦ରୁ ୧୫ ଫୁଟ ରାସ୍ତା ଯା’ଆସ ପାଇଁ ମିଳୁଥିଲା। ବଡ଼ଦାଣ୍ଡର ଦୁଇପାର୍ଶ୍ବରେ ଧଳା ଗାର ଥିଲେ ବି ଏହାକୁ ଡେଇଁ ଉଠାଦୋକାନୀମାନେ ବେପାର କରୁଥିଲେ। ଅଟୋଚାଳକ ବି ଏକାଧିକ ଧାଡ଼ିରେ ବଡ଼ଦାଣ୍ଡରେ ରହି ଗମନାଗମନ ରାସ୍ତାକୁ ଅବରୋଧ କରୁଥିଲେ।
    ମାର୍କେଟ୍‌ ଛକରୁ ଆଜିଠାରୁ ସବୁ ଉଠାଦୋକାନୀଙ୍କୁ ହଟାଇ ଦିଆଯାଇଛି। ଏଥିସହ ରାସ୍ତା ଅବରୋଧକାରୀ ଗାଡ଼ିଚାଳକଙ୍କୁ ବି ହଟାଯାଇଛି। ଫଳରେ ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଯେଉଁ ଗହଳଚହଳ ରହୁଥିଲା, ସେଥିରୁ ଭକ୍ତ, ପର୍ଯ୍ୟଟକଙ୍କୁ ମୁକ୍ତି ମିଳିଛି।

    ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଉଠାଦୋକାନମୁକ୍ତ କରାଯାଇଥିଲା। ପରେ ମାର୍କେଟ୍‌ ଛକରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ହଟାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ