Saturday, October 3, 2026
24.8 C
Odisha

    ଜାଲ୍‌ ସାର୍ଟିଫିକେଟ୍‌ରେ ଚାକିରି ମାମଲା: ୨୫ବର୍ଷ ପରେ ଗିରଫ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ପୁଲିସ ବିଭାଗରେ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ବେଳେ ଜାଲ୍‌ ସାର୍ଟିଫିକେଟ୍‌ ଦାଖଲ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଦୀର୍ଘ ୨୫ବର୍ଷ ପରେ ଶେଷରେ ୱାରେଣ୍ଟ୍‌ ବଳରେ ବ୍ରହ୍ମପୁର ଭିଜିଲାନ୍ସ ପୋଲସରା ଥାନା କଣଛାଇ ନିକଟସ୍ଥ ଗରେଇଝୋଳି ଗ୍ରାମର ଭିକାରି ଚରଣ ପ୍ରଧାନ(୫୧)ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ୧୯୯୭ରେ ଜୟପୁରରେ ଏକ ପୁଲିସ ନିଯୁକ୍ତି ପ୍ରକ୍ରିୟାରେ ଭିକାରୀ କୋରାପୁଟ ଓଏସ୍‌ଏପି ତୃତୀୟ ବାଟାଲିଅନ୍‌ରେ ଚାକିରି ପାଇଁ ଯୋଗ୍ୟତା ଅର୍ଜନ ହୋଇଥିଲେ। କିନ୍ତୁ ଯାଞ୍ଚ ପରେ ତାଙ୍କ ଶିକ୍ଷା ପ୍ରମାଣପତ୍ର ଜାଲ୍‌ ବୋଲି ଜଣାପଡ଼ିଥିଲା। ତାଙ୍କ ସହିତ ଏଭଳି ୩୩ ଜଣ ଜାଲ୍‌ ସାର୍ଟିଫିକେଟ୍‌ ଦାଖଲ କରିଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ରେ ମାମଲା ରୁଜୁ ହୋଇଥିଲା।

    ଘଟଣା ପରଠାରୁ ସେ ଫେରାର୍‌ ରହିଥିବା ବେଳେ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜିଆର୍‌ କେସ୍ ନମ୍ବର-୫/୯୭ରେ ଭିକାରିଙ୍କ ନାମରେ ୱାରେଣ୍ଟ୍‌ ଜାରି କରିଥିଲେ। ଅଭିଯୁକ୍ତର ଘର ଗଞ୍ଜାମ ଜିଲ୍ଲା ହୋଇଥିବାରୁ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଆଜି ପୋଲସରା ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ଟିମ୍‌ ଅଭିଯୁକ୍ତ ଭିକାରିଙ୍କୁ ଗିରଫ କରି ଜୟପୁର ଭିଜିଲାନ୍ସ ଟିମ୍‌କୁ ହସ୍ତାନ୍ତର କରିଛି। ଚଢ଼ଉରେ ଏଏସ୍‌ଆଇ ଡିପି ହୋତାଙ୍କ ସମେତ ସୁରେଶ କୁମାର ସେଠୀ, ନୃସିଂହ ପ୍ରସାଦ ହୋତା, ସୁଦର୍ଶନ ଦୋରା ସାମିଲ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ