Wednesday, September 9, 2026
24.7 C
Odisha

    ଏମଭି-୭ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର; ୭୯ ୟୁନିଟ ସଂଗ୍ରହ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି-୭ ସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଓ ଆମ ଓଡିଶା ତରଫରୁ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରକୁ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଉଦଘାଟନ କରିଥିଲେ। ଶିବିରରେ ୭୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଅନୁଷ୍ଠିତ ଏକ ସଭାର ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସଚ଼ିନ ପାୱାର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ଡଃ ରଂଜନ କୁମାର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ରାଜ୍ୟ ଜୁନିୟର ରେଡ଼କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡ଼ିଆ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧାନୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତପନ ନାରାୟଣ ରଥ, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ବିଦ୍ୟାଳୟ ପ୍ରଧାନଶିକ୍ଷକ ଏ ଇଶ୍ଵର ରାଓ, ନବରଙ୍ଗପୁର ଜେଆର ସି ଅଫିସର ନାରାୟଣ ପାଇକରାୟ, ଜିଲ୍ଲା ଜେ ଆର.ସି ଅଫିସର ରଶ୍ମିରଂଜନ ଜେନା ଓ ମାଲକାନଗିରି ବ୍ଲକ ଜେ ଆର ସି ସଂଯୋଜକ ନିରଂଜନ ମହାରଣା, ଆମ ଓଡିଶା ସଂଯୋଜକ ପ୍ରେମେନ୍ଦ୍ର ପରିଛା ପ୍ରମୁଖ ଉପସ୍ଥିତ ରହିଥିଲେ।

    ସମସ୍ତେ ସମାଜରେ ଅନ୍ୟର ସେବାର ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇଲେ ଯେତିକି ଖୁସି ମିଳେ ତାହା ଯିଏ ରକ୍ତଦେଇଛି ତାକୁ ହିଁ ଜଣା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଜୀବନରେ ସମସ୍ତେ ରକ୍ତଦାନ କରିବା ଉଚିତ ବୋଲି କୁହାଯାଇଥିଲା।
    ଏହି ରକ୍ତଦାନ ଶିବିରରେ ରକ୍ତଦାତାମାନେ ହେଲେ ବିଶ୍ବନାଥ ସାହୁ, ଉପେନ୍ଦ୍ର ସାହୁ, ସତ୍ୟବ୍ରତ ବୋରାଇ, ରଶ୍ମି ରଂଜନ ଜେନା, ସତ୍ୟବ୍ରତ ସ୍ବାଇଁ, ରାଜ କିଶୋର ବେହେରା, ଡ଼ି.କଟେଶ୍ବର ରାଓ, ରବୀନ୍ଦ୍ର ବୋଟେ, ଗୁପ୍ତ ଶଂକର ଗନ୍ତାୟତ, ମାନସ ରଂଜନ ସେନାପତି, ରଂଜିତ ପରିଜା, ବିଷ୍ଣୁ ପ୍ରସାଦ ସୁବୁଦ୍ଧି, ଶୁଭଶ୍ରୀ ପ୍ରିୟଦର୍ଶିନୀ ଶତପଥୀ, ରାଜେନ୍ଦ୍ର ସେଠୀ, ଲୋକନାଥ ପରଜା, ରବୀନ୍ଦ୍ର କୁମାର ସେଠୀ, ଭୁବନନନ୍ଦ ବେହେରା, ଅସଗମ ହସନ, ଉତ୍ତମ କୁମାର ନାହକ, ସୁଶାନ୍ତ କୁମାର ସିଂ, ଶ୍ୟାମ ମାଡକାମୀ, ରାଜେନ୍ଦ୍ର ସାହୁ, ଜି.ଦେବାଶିଷ, ପ୍ରଶ୍ନଜିତ ବିଶ୍ବାସ, ଭଗବାନ ମଲ୍ଲିକ, ସୌମ୍ୟରଂଜନ ଜେନା, ନୀଳକଣ୍ଠ ବେହେରା, ଅଜୟ କୁମାର ସ୍ବାଇଁ, ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ସିଏଚ.ସଂତୋଷ କୁମାର ପାତ୍ର, ପ୍ରତିନନ୍ଦ ସାମନ୍ତ, ସନାତନ ପ୍ରଧାନ, ପଲଦାନ କୁମାର ଭୁୟାଁ, ଅଶ୍ବିନୀ କୁମାର ପଣ୍ଡା, ପଙ୍କଜ ବାରିକ, ପପୁନ ଚୌଳିଆ, ଈଶ୍ବର ଚନ୍ଦ୍ର ମାଡକାମୀ, ଅର୍ଜୁନ ମାଢି, ହରିଶ୍ଚନ୍ଦ୍ର ପକୁଲ,କ୍ଷୀରୋଦ ଚନ୍ଦ୍ର ସାହୁ, ଉମେଶ କୁମାର ଭୋଇ, ଦେବାଶିଷ ମଣ୍ଡଳ, ବିଶ୍ବନାଥ ଶିଶା, ମନୋଜ କୁମାର ବେହେରା, ପ୍ରଶାନ୍ତ କୁମାର ନାୟକ, ଯୋଗେନ୍ଦ୍ର ସାହୁ, ବିଜୟ କୁମାର ବିଶ୍ବାସ, ରାଜେଶ କୁମାର ମହାନ୍ତି, ଦିପୁ ବୈରାଗୀ, ରୁସ୍ତମ ହରିଜନ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁବ୍ରତ ମାଝି, ସୂର୍ଯ୍ୟ କୁମାର ନାୟକ, ସନାତନ ଦାସ, ବିଶ୍ବଜିତ ସାହୁ, ରାମଚନ୍ଦ୍ର ବେଦୀ, ମୃତ୍ୟୁଞ୍ଜୟ ବାରୋଇ, ମାନସ ରଂଜନ ରାଉତ, ମାନସ ରଂଜନ ନାୟକ, ମାର୍କଣ୍ଡ ଚନ୍ଦ୍ର ଦାସ, ସୁମିତ ବିଶ୍ବାସ, ଶିବଶଂକର ପାରମଣିକ, ଡ଼ି.ବିକ୍ରମ କୁମାର, ବାସୁଦେବ ପଣ୍ଡା, ତପନ କୁମାର ସାହୁ, ଚୈତନ ମେହର, ଟଂକଧର ସାହୁ, ଲକ୍ଷ୍ମଣ ସ୍ବାଇଁ, ଶଂକର ଚନ୍ଦ୍ର ମହାପାତ୍ର ପ୍ରମୁଖ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    89 %
    1.3kmh
    100 %
    Tue
    25 °
    Wed
    31 °
    Thu
    28 °
    Fri
    27 °
    Sat
    29 °

    ସମ୍ବନ୍ଧିତ